ମମତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କୁହା ନ ଯାଉ ବୋଲି ଚିଠିରେ ଉଲ୍ଲେଖ !

ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ କୁହା ନ ଯାଉ ବୋଲି ମୋହନ ମାଝୀ ଚିଠିରେ କହିଥିବା ସୂଚନା । ‘ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୋହନ ।

ସେହିପରି ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରରେ ରହିବାକୁ କହିଛନ୍ତି ମୋହନ ମାଝୀ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ । ପୁରୀରେ ଥିବା ‘ଜଗନ୍ନାଥ ଧାମ’ ପବିତ୍ର ସ୍ଥାନ ଏବଂ ସ୍ୱତନ୍ତ୍ର । ଅନ୍ୟ କୌଣସି ଠାରେ ‘ଜଗନ୍ନାଥ ଧାମ’ ବ୍ୟବହାର ଲୋକଙ୍କୁ ଆଘାତ ଦେଇଛି । କୋଟିକୋଟି ଭକ୍ତ, ତୀର୍ଥଯାତ୍ରୀଙ୍କ ଭାବାବେଗକୁ କୁଠାରଘାତ କରିଛି । ଦୀଘା ମନ୍ଦିରକୁ ‘ଧାମ’ କୁହାଯିବା ଏବଂ ପ୍ରଚାରରେ ବ୍ୟବହାର ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial