ରାଜଧାନୀରେ ବାଜିଲା ରେଡ ୱାର୍ଣ୍ଣିଂ ସାଇରନ; ସପ୍ତାହେ ପର୍ଯ୍ୟନ୍ତ ଚାଲିବ ମକଡ୍ରିଲ ।

ରାଜଧାନୀରେ ବାଜିଲା ଏୟାର ରେଡ ୱାର୍ଣ୍ଣିଂ ସାଇରନ । ଭୁବନେଶ୍ଵର ସମେତ ରାଜ୍ୟର ୧୨ ସିଭିଲ ଡିଫେନସ ଜିଲ୍ଲାରେ ମକଡ୍ରିଲ । ଆଜି ଭୁବନେଶ୍ଵର ଠାରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ ଅପରାହ୍ନ ୪.୦୦ ଘଟିକା ଏବଂ ୪.୩୦ ଘଟିକା ମଧ୍ୟରେ ରାଜମହଲ ଛକଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ପୁରୀ, ସମ୍ବଲପୁର, ରାଉରକେଲା, କେନ୍ଦ୍ରାପଡା, ପାରାଦୀପ, ବାଲେଶ୍ୱରରେ ବାଜିଥିଲା ସାଇରନ୍‌। ସାଇରନ ବାଜିଲେ ପକ୍କା ଘରେ ନିଜକୁ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରାଯିବ । ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ମକଡ୍ରିଲ । ଶତ୍ରୁବିମାନ ଆକ୍ରମଣ କଲେ କିଭଳି ପ୍ରସ୍ତୁତ ରହିବାକୁ ହେବ ଜଣାଇ ଦିଆଯିବ । ରାଜଧାନୀରେ ୪ଟାରୁ ୪ଟା ୩୦ ଯାଏଁ ମକଡ୍ରିଲ କରାଯିବ । ମକଡ୍ରିଲ ବେଳେ ବନ୍ଦ ହେବନି ଜରୁରୀକାଳୀନ ସେବା ।

ଆଜି ସାରାଦେଶରେ ୨୫୯ ସିଭିଲ ଲାଇନ ଡିଫେନସ ଜିଲ୍ଲାରେ ମକ ଡ୍ରିଲ । ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କ ଆତ୍ମରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । କୌଣସି ପରିସ୍ଥିତିରେ ଶତ୍ରୁପକ୍ଷ ଆକ୍ରମଣରୁ ଜୀବନ ରକ୍ଷା ଲାଗି ଭାରତ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି । ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମରେ ଏହି ମକ୍‌ଡ୍ରିଲ୍‌ କରାଯିବ । ଏହି ମକ୍‌ ଡ୍ରିଲ୍‌ରେ ଓଡ଼ିଶାର ୧୨ଟି ଜିଲ୍ଲା ମଧ୍ୟ ସାମିଲ କରାଯାଇଛି । ଏହି ଅଭ୍ୟାସ ଦ୍ୱାରା ସିଭିଲ୍ ଡିଫେନ୍ସ ଓ ଅନ୍ୟ ଉପସ୍ଥିତ କର୍ତ୍ତୃପକ୍ଷଙ୍କ ପ୍ରସ୍ତୁତିକୁ ପରୀକ୍ଷା କରାଯିବ । ଏହା ଏକ ବିମାନ ଆକ୍ରମଣ ସଜାଗତା ଓ ଏଥିରେ ସାଇରନ ମାଧ୍ୟମରେ ଅଞ୍ଚଳବାସୀଙ୍କୁ ସତର୍କ କରାଯିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial