ଭାରତୀୟ ସଶସ୍ତ୍ରବଳ ଓ ବିଦେଶ ମନ୍ତ୍ରଣାଳାୟ ମିଳିତ ପ୍ରେସମିଟ୍:ଅପରେସନ୍ ସିନ୍ଦୂରର ଅପଡେଟ୍ ଦେଲେ ବିଦେଶ ସଚିବ ବିକ୍ରମ ମିସ୍ରିଙ୍କ ସହ ଦୁଇ ମହିଳା ଅଧିକାରୀ।

ଭାରତୀୟ ସଶସ୍ତ୍ରବଳ ଓ ବିଦେଶ ମନ୍ତ୍ରଣାଳାୟର ମିଳିତ ପ୍ରେସମିଟରେ ଅପରେସନ୍ ସିନ୍ଦୁର ନେଇ ସବିଶେଷ ସୂଚନା ଦିଆଯାଇଛି। ଅପରେସନ୍ ସିନ୍ଦୂର ନେଇ ସୂଚନା ଦେଇଛନ୍ତି ବିଦେଶ ସଚିବ ବିକ୍ରମ ମିସ୍ରିଙ୍କ ସହ ଦୁଇ ମହିଳା ଅଧିକାରୀ। ପ୍ରେସମିଟରେ ସାମିଲ ହୋଇ ଅପରେସନ୍ ସିନ୍ଦୂରର ଅପଡେଟ୍ ଦେଇଛନ୍ତି ବାୟୁସେନା ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ଓ  କର୍ଣ୍ଣଲ ସୋଫିଆ କ୍ୟୁରେସି। ବିଦେଶ ସଚିବ ବିକ୍ରମ ମିସ୍ରି କହିଥିଲେ, ପହଲଗାମ ଉପରେ ହୋଇଥିବା ଆକ୍ରମଣର ଜବାବ ଦେବାକୁ ଆରମ୍ଭ ହୋଇଛି ’ଅପରେସନ୍ ସିନ୍ଦୂର’। ଜମ୍ମୁ-କାଶ୍ମୀରରେ ଏହି ଆକ୍ରମଣ ଦେଶର ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ହୋଇଥିଲା। ଏହି ଆକ୍ରମଣରେ ପାକିସ୍ତାନର ହାତ ଥିବା ଜଣାପଡିବା ପରେ ଆକ୍ସନ ମୋଡକୁ ଆସିଛି ଭାରତ। ବିକ୍ରମ ମିସ୍ରି କହିଛନ୍ତି, ପାକିସ୍ତାନ ସାରା ଦୁନିଆରେ ଆତଙ୍କବାଦର ଆଡ୍ଡାସ୍ଥଳ ପାଲଟିଛି। ଆତଙ୍କୀଙ୍କୁ ପାକିସ୍ତାନ ସରକାର ଶରଣ ଦେଇଛି ସେଥିପାଇଁ ସେମାନେ ଅପରାଧ ପାଇଁ ଶାସ୍ତି ପାଇବାରୁ ବଞ୍ଚିଯାଉଛନ୍ତି। ଆଜି ପାକିସ୍ତାନ ବିରୋଧରେ ଭାରତର ପ୍ରଥମ ଏୟାରଷ୍ଟ୍ରାଇକ୍ ଅତି ଗୁରୁତ୍ବପୂର୍ଣ୍ଣ ଓ ଖୁବ୍ ମାପିଚୁପି ସହକାରେ ଆକ୍ରମଣ କରାଯାଉଛି।

ଏଥିରେ ବାୟୁସେନା ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ପାକିସ୍ତାନକୁ ସିଧାସଳଖ ଚେତାବନୀ ଦେଇଛନ୍ତି। ପହଲଗାମ୍ ଆକ୍ରମଣ ପରେ ଭାରତ ଏବେ ଆକ୍ସନ ମୋଡରେ। କେତେବେଳେ କିଭଳି ଯୋଜନାରେ ଭାରତୀୟ ବାୟୁସେନା ପାକିସ୍ତାନ ଭିତରେ ପଶି ଆତଙ୍କୀଙ୍କ ଆଡ୍ଡା ଉପରେ ଆକ୍ରମଣ କଲେ ସେନେଇ ତଥ୍ୟ ଦେଇଛନ୍ତି ଦୁଇ ସେନାଧିକାରୀ। କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ବାୟୁସେନା ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ। ବୈଦେଶିକ ସଚିବ ଓ କର୍ଣ୍ଣେଲ ସୋଫିଆ କ୍ୟୁରେସି ତଥ୍ୟ ରଖିବା ପରେ ତଥ୍ୟ ରଖିଥିଲେ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ। ପାକିସ୍ତାନକୁ ଦେଇଥିଲେ ଚେତାବନୀ। କହିଲେ, ପାକିସ୍ତାନର ଯେକୌଣସି ପ୍ରତିକ୍ରିୟାର ଜବାବ୍ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ। ହେଲେ ଯଦି ପାକିସ୍ତାନ କିଛି ଉସକାଇଲା ଭଳି କାର୍ଯ୍ୟ ବା ଆକ୍ରମଣ କରେ ତାହେଲେ ତାର ଫଳାଫଳ ଭୋଗିବାକୁ ପଡିବ। ଭାରତୀୟ ସେନା ତା’ର କଡା ଜବାବ ଦେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial