ବିଜେଡି କନ୍ଦଳକୁ ନେଇ ବଡ଼ ବୟାନ ଦେଲେ ଯୋଗାଣ ମନ୍ତ୍ରୀ । ବିଜେଡି ଭବିଷ୍ୟତ ଅନ୍ଧାର, ନେତୃତ୍ୱ ଅଭାବ । ବିଜେଡିରେ ଲିଡରସିପ୍ କ୍ରାଇସିସ୍, ନବୀନଙ୍କ ଉପରେ କାହାର ଭରସା ନାହିଁ । ଏମିତି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ୱାକଫ୍ ସଂଶୋଧନ ବିଲ୍କୁ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ବିଜେଡିରେ ଦେଖା ଦେଇଛି ଦଳୀୟ କନ୍ଦଳ । ପଦାରେ ପଡିଛି ବିଜେଡି ଦୁଇ ଫାଳ ହେବାର କଥା । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ ସିଧାସଳଖ ଟାର୍ଗେଟ୍ କରିଛନ୍ତି ପାଣ୍ଡିଆନଙ୍କୁ । ସେ କହିଛନ୍ତି,ଦଳକୁ ପଛରେ ରହି ଚଲାଉଥିବା ଡାଇରେକ୍ଟର, ପାର୍ଟି ଛାଡ଼ି ପଳେଇବା ଯୋଜନାରେ ଅଛନ୍ତି । ଓଡ଼ିଶା ସହ ଭାରତ ଛାଡ଼ି ପଳାଇବେ ପାଣ୍ଡିଆନ । ପାଣ୍ଡିଆନଙ୍କ କଣ୍ଟ୍ରୋଲ ବାହାରକୁ ଦଳ ଚାଲି ଗଲାଣି, ଦଳ ଆଉ କାହା କଣ୍ଟ୍ରୋଲରେ ନାହିଁ, ଯାହାକି ଏବେର ଘଟଣାରୁ ଜଣା ପଡ଼ିଗଲା । ସେ ଆହୁରି ମଧ୍ୟ କହିଛନ୍ତି,ନବୀନଙ୍କ ନେତୃତ୍ୱ ଉପରେ ଆଉ କାହାର ଭରସା ନାହିଁ । ବୟସାଧିକ କାରଣରୁ ନବୀନ କୁଆଡେ ଯାଇ ପାରୁନାହାନ୍ତି । ନିର୍ବାଚନ ସମୟରେ ବି ନବୀନ କୁଆଡେ ଗଲେ ନାହିଁ । ସବୁ ଆଡ଼କୁ ପାଣ୍ଡିଆନକୁ ପଠାଉଥିଲେ,ନିର୍ବାଚନ ସମୟରେ ପାଣ୍ଡିଆନ ହେଲିକପ୍ଟର ଧରି ସାରା ରାଜ୍ୟ ବୁଲୁଥିଲେ । ମନ୍ତ୍ରୀ, ବିଧାୟକ ମାନଙ୍କୁ ମଧ୍ୟ ମଞ୍ଚ ଉପରେ ବସିବାକୁ ଦେଉନଥିଲେ ପାଣ୍ଡିଆନ । ଏକୁଟିଆ ମଞ୍ଚ ଉପର ରହି ତାମିଲନାଡୁ ଷ୍ଟାଇଲରେ ଭାଷଣ ଦେଉଥିଲେ ।
ବିଜେଡ଼ି ଜିତିଲା ପରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ପାଣ୍ଡିଆନ ଲକ୍ଷ୍ୟ ରଖିଥିଲେ । ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖିଥିଲେ ପାଣ୍ଡିଆନ କିନ୍ତୁ ଓଡ଼ିଶା ମାଟିକୁ ପାଣ୍ଡିଆନ ଜାଣିପାରିଲା ନାହିଁ । ଓଡ଼ିଶା ଲୋକ ବିଜ୍ଞତାର ପରିଚୟ ଦେଲେ କାରଣ ଓଡ଼ିଶାକୁ କେହି ଲୁଟ କରି ପଳାଇବ, ଏହା କେବେ ଚଳିବ ନାହିଁ। ଆଜି ଆକ୍ସନ ନିଆଯାଇନାହିଁ, କାଲି ଆକ୍ସନ ନିଆଯିବ, କାହାକୁ ଛଡାଯିବ ନାହିଁ । ଓଡ଼ିଶାକୁ ଯିଏ ବି ଲୁଟିବାକୁ ଚେଷ୍ଟା କରିବ, ତାକୁ ଛଡାଯିବ ନାହିଁ । କିଛି ଏମିତି ଆକ୍ଷେପ କରି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
Leave a Reply