ଏଥର ଦୁର୍ଗାପୂଜା ଭସାଣରେ ବାଜିବନି ଡିଜେ, ଲେଜର ଲାଇଟ୍ ବାଣକୁ ମଧ୍ୟ ନିଷିଦ୍ଧ ।

ଭୁବନେଶ୍ୱର ଦୁର୍ଗା ପୂଜା ଭସାଣରେ ବାଜିବନି ଡିଜେ । ଭସାଣରେ ଲେଜର ଲାଇଟ୍‌ ଓ ବାଣ ଫୁଟାଇବା ମନା । କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣ ଉତ୍ସବ । ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି ।

ଏଥର ଦୁର୍ଗାପୂଜା ଭସାଣରେ ଡିଜେ, ଲେଜର ଲାଇଟ୍ ବାଣକୁ ନିଷିଦ୍ଧ କରାଯାଇଛି । କେବଳ ପାରମ୍ପରିକ ବାଜାରେ ହେବ ମାଙ୍କ ଭସାଣ । ଭସାଣ ବେଳେ ଲାଗିବନି ଲେଜର ଲାଇଟ । ବାଣ ଫୁଟାଇବା ଉପରେ ମଧ୍ୟ ଲାଗିଲା କଟକଣା । ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ ପୁଲିସ ସେବା ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ପୁଲିସ କମିସନର ଏସ୍ ଦେବଦତ୍ତ ସିଂ, ଅତିରିକ୍ତ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂଙ୍କ ସମେତ ବିଭିନ୍ନ ପୂଜା କମିଟିର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial