ମ୍ୟାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇଛନ୍ତି ଦେବଗଡ଼ର ଧନେଶ୍ଵର ବିଶି

ପ୍ରକାଶ ପାଇଛି ମ୍ୟାଟ୍ରିକ ପରୀକ୍ଷା ଫଳ । ଦେବଗଡ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଧନେଶ୍ୱର ବିଶି ସର୍ବାଧିକ ୯୩.୧୬ ପ୍ରତିଶତ ନମ୍ବର ହାସଲ କରି ଜିଲ୍ଲାର ଟପ୍ପର ହୋଇଛନ୍ତି। ରିଆମାଳ ବ୍ଲକ ଟୁହିଲାମାଳ ଗ୍ରାମ ପଞ୍ଚାୟତ ନିଳଗଣ୍ଡିଆ ଗ୍ରାମର ସୁଦର୍ଶନ ବିଶିଙ୍କ ପୁଅ ଧନେଶ୍ୱର ଦେବଗଡରେ ମାମୁଁଙ୍କ ଘରେ ରହି ପାଠ ପଢୁଥିଲେ। ଦିନକୁ ସେ ୭ ରୁ ୮ ଘଣ୍ଟା ପରିଶ୍ରମ କରୁଥିବା ବେଳେ ୯୫ ପ୍ରତିଶତ ନମ୍ବର ରଖିବାର ଆଶା ରଖିଥିଲେ। ମାତ୍ର ଗଣିତରେ ଆଶାନୁରୂପ ନମ୍ବର ମିଳିନଥିଲା ।

ତେବେ ସେ ସର୍ବାଧିକ ୯୩.୧୬ ପ୍ରତିଶତ ନମ୍ବର ହାସଲ କରି ଜିଲ୍ଲାରେ ଟପ୍ପର ହୋଇଥିବାରୁ ସେ ଖୁସି ଥିବା କହିଛନ୍ତି। ଭବିଷ୍ୟତରେ ଅଧିକ ପରିଶ୍ରମ କରିବା ସହ ଜଣେ ବୈଜ୍ଞାନିକ ହେବାର ଆଶା ରଖିଛନ୍ତି ଧନେଶ୍ୱର। ଏଥିପାଇଁ ସେ ଖୁବ୍ ପରିଶ୍ରମ କରିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ଧନେଶ୍ୱରଙ୍କ ମାମୁଁ ପ୍ରଶନ୍ନ ସାହୁ ବାରକୋଟ ବନାଞ୍ଚାଳରେ ଫରେଷ୍ଟର ଭାବେ କାଯ୍ୟରତ ଥିବା ବେଳେ ଦେବଗଡ ସ୍ଥିତ ତାଙ୍କ ଭଡା ଘରେ ରହି ପାଠ ପଢୁଥିଲେ ଧନେଶ୍ୱର। ଧନେଶ୍ୱର ତାଙ୍କର ସଫଳତାର ଶ୍ରେୟ ମାମୁଁ, ମାଇଁ ଏବଂ ବାପା, ମାଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ଦେଇଛନ୍ତି। ଧନେଶ୍ୱରଙ୍କ ଏହି ସଫଳତା ପରେ ପରିବାର, ସମ୍ପର୍କୀୟ ତଥା ଶିକ୍ଷାନୁଷ୍ଠାନ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial