ନୂଆଦିଲ୍ଲୀ : ଆଜି ଦିଲ୍ଲୀ ମହିଳାଙ୍କୁ ମିଳିପାରେ ଖୁସି ଖବର | ମହିଳା ଦିବସରେ ଦିଲ୍ଲୀ ମହିଳାଙ୍କୁ ବଡ଼ ଉପହାର ଦେବେ ରେଖା ସରକାର | ସନ୍ଧ୍ୟାରେ ବଡ଼ ଘୋଷଣା କରିପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ | ମହିଳାଙ୍କ ଖାତାକୁ ଯିବ ୨୫୦୦ ଟଙ୍କା | ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରତି ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦେବା ନେଇ ବଡ଼ ଘୋଷଣା କରି ପାରନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା |
ତେବେ ଆଜି ମହିଳା ଦିବସ ଥିବାରୁ ମୁଖ୍ୟମନ୍ତ୍ରୀ ‘ମହିଳା ସମୃଦ୍ଧି ଯୋଜନାର ‘ ଶୁଭାରମ୍ଭ କରିପାରନ୍ତି | କାରଣ ଆଜି ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବାକୁ ଯାଉଛି | କୁହାଯାଉଛି କ୍ୟାବିନେଟ ବୈଠକରେ ମହିଳାଙ୍କ ପାଇଁ ଏହି ଯୋଜନା ଉପରେ ମୋହର ବାଜିପାରେ | ବିଶ୍ୱ ମହିଳା ଦିବସ ଅବସରରେ ଏହି ବଡ଼ ଘୋଷଣା କରି ଦିଲ୍ଲୀ ମହିଳାଙ୍କୁ ଖୁସି କରାଇ ପାରନ୍ତି ଦିଲ୍ଲୀର ମହିଳା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାସହ ନିର୍ବାଚନୀ ପ୍ରତିଶୃତି ବି ପାଳନ କରିବେ ରେଖା |
Leave a Reply