ଖଣ୍ଡିସର ଜଙ୍ଗଲରୁ ଏକ ହାତୀର ମୃତଦେହକୁ ଠାବ ,ହାତୀଟି ୩ ଦିନ ପୂର୍ବରୁ ମରି ପଡିଥିବାର ଅନୁମାନ କରିଛି ବନ ବିଭାଗ

ଅକ୍ଷର ବ୍ୟୁରୋ : ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରେ, ଏକ ମାଇ ହାତୀର ମୃତ୍ୟୁ । ଏହି ବନଖଣ୍ଡର ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ଖଣ୍ଡିସର ଜଙ୍ଗଲରୁ ମୃତଦେହକୁ ଠାବ କରିଛି ବନବିଭାଗ । ହାତିଟି ୩ ଦିନ ପୂର୍ବରୁ ମରି ପଡିଥିବାର ଅନୁମାନ କରିଛି ବନ ବିଭାଗ । ଶୁକ୍ରବାର ସଂଧ୍ୟାରେ ହାତୀ ମୃତ୍ୟୁ ଘଟଣା ଜଣା ପଡ଼ିବା ପରେ , ବନଖଣ୍ଡ ଅଧିକାରୀ , ଭୁବନେଶ୍ୱରରୁ ଆସିଥିବା ଜଏଣ୍ଟ୍ ଟାସ୍କ ଫୋର୍ସ ଟିମ୍ ଏବଂ ବ୍ରହ୍ମପୁର ଆରସିସିଏଫ୍ ପହଞ୍ଚି ଘଟଣା ଅନୁଧ୍ୟାନ କରିଛନ୍ତି । ତେବେ ଘଟଣା ସ୍ଥଳରେ ମୃତ ହାତୀର ବ୍ୟବଛେଦ ହୋଇଥିବା ବେଳେ, ବ୍ୟବଛେଦ ରିପୋର୍ଟ ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି । ଅନ୍ୟ ପକ୍ଷରେ , ହାତୀ ମୃତ୍ୟୁ ଘଟଣାକୁ ଏକାଧିକ ଦିନ ବିତି ଯାଇଥିବା ବେଳେ, ଏଲିଫେଣ୍ଟ୍ ଟ୍ରାକିଂ, ହାତୀ ସୁରକ୍ଷା ଏବଂ ବନ କର୍ମଚାରୀଙ୍କ ଦାୟିତ୍ଵ ଏବଂ ପେଟ୍ରୋଲିଙ୍ଗ ବ୍ୟବସ୍ଥା କୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପୂର୍ବତନ ବନ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦା ।

Social media & sharing icons powered by UltimatelySocial