ରାଜଧାନୀରେ ‘ଆମ ବସ୍‌’ ସେବା ବନ୍ଦ; ଆନ୍ଦୋଳନରେ ‘ଆମ ବସ୍’ କର୍ମଚାରୀ ।

ରାଜଧାନୀରେ ଠପ୍‌ ହେଲା ‘ଆମ ବସ୍‌’ ସେବା । ଆଜି ରାଜଧାନୀ ଭୁବନେଶ୍ୱରରେ ‘ଆମ ବସ୍’ ସେବା ବନ୍ଦ ରହିଛି ।  ଡିପୋରେ ବସ୍ ଠିଆ କରି ଆନ୍ଦୋଳନରେ ବସିଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ବିନା କାରଣରେ ଲୋକମାନେ ଅନେକ ସମୟରେ ଡ୍ରାଇଭର ଓ କଣ୍ଡକ୍ଟରକୁ ମାଡ଼ ମାରିବା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ‘ଆମ ବସ୍’ କର୍ମଚାରୀ । ରାଜ୍ୟ ସରକାର ସୁରକ୍ଷା ଦେଲେ ଆମେ ଗାଡ଼ି ଚଲାଇବୁ । ନହେଲେ ଗାଡ଼ି ଗଡିବ ନାହିଁ ବୋଲି କହିଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ଯାହାଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଯାହା ସୂଚନା ରହିଛି, ଗତକାଲି ସମ୍ ହସ୍ପିଟାଲ ଡିପୋରେ ଜଣେ ଆମ ବସ୍ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ବସ୍ ଯାଉଥିବା ବେଳେ ଧୂଳି ଉଡିବାରୁ କିଛି ସ୍ଥାନୀୟ ଲୋକେ ଡିପୋରେ ପଶି କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଆମ ବସ୍ କର୍ମଚାରୀଙ୍କୁ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ବସ୍ ଚଳାଚଳ ବନ୍ଦ ଥିବାରୁ ଆଜି ଭୁବନେଶ୍ୱରରେ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial