ସାରାରାତି ଧାରଣା ପରେ ଅସୁସ୍ଥ ହୋଇପଡିଥିଲେ ତାରା ବାହିନୀପତି !

ସାରା ରାତି ଧାରଣା ଦେବା ପରେ ଅସୁସ୍ଥ ହୋଇପଡ଼ିଲେ ତାରା। ବରିଷ୍ଠ ବିଧାୟକ ତାରା ବାହୀନିପତି ଅସୁସ୍ଥ ହୋଇପଡିବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସକାଳୁ ସକାଳୁ କ୍ୟାପିଟାଲ ହପିଟାଲରୁ ଡାକ୍ତର ଆସି ତାରାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ବିଧାନସଭା ପରିସରରୁ ସେମାନଙ୍କୁ ପୋଲିସ କାଢି ଦେବାରୁ ରାସ୍ତା ଉପରେ ସାରାରାତି ଧାରଣାରେ ବସିଥିଲେ କଂଗ୍ରେସ ବିଧାୟକ। ସେହିହେତୁ ତାରା ଅସୁସ୍ଥ ହୋଇଥିବା ନେଇ ଅନୁମାନ କରଯାଉଛି।

ଉଲ୍ଲେଖଯୋଗ୍ୟ, ଗତକାଲି ୧୨ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ। ବାଚସ୍ପତିଙ୍କ ଆକ୍ସନ ପରେ ରିଆକ୍ସନ ଦେଖାଇଛନ୍ତି କଂଗ୍ରେସ ବିଧାୟକ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ। ଏକାଧିକ ଶାରୀରିକ ସମସ୍ୟା ଥାଇ ମଧ୍ୟ ଦଳୀୟ ବିଧାୟକଙ୍କୁ ନ୍ୟାୟ ଦେବା ତଥା ରାଜ୍ୟରେ ନାରୀଙ୍କ ସୁରକ୍ଷା ପାଇଁ ସ୍ୱର ଉଠାଇବା ଉଦ୍ଦେଶ୍ୟରେ ସାରା ରାତି ରାଜରାସ୍ତାରେ ଧାରଣା ଦେବା ସହ ତାଙ୍କ ପ୍ରତି ହୋଇଥିବା ଦୂର୍ବ୍ୟବହାର ବିଷୟରେ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ତାରା । କହିଛନ୍ତି, ବିଧାନସଭା ଭିତରେ ମୋ କଲର ଧରି ମାରିଥିଲେ, ବାହାରେ ପୋଲିସ ବି ମୋତେ ମାରିଲେ । ପୋଲିସ ମୋ ବେକକୁ ମୋଡିବା ସହ ସିକ୍ୟୁରିଟି ଅଫିସର ମୋତେ ବହୁତ ମାରିଲେ। ତେବେ ସରକାର ତଥା ପୋଲିସର ଏଭଳି ବ୍ୟବହାରରେ କାନ୍ଦି ପକାଇଥିଲେ ତାରା। ସେ ଲୋକଙ୍କ ସ୍ୱାର୍ଥ ପାଇଁ ସ୍ୱର ଉଠାଇଛନ୍ତି, ହେଲେ ତାଙ୍କୁ ସରକାର ଯେଉଁଭଳି ଭାବେ ଖରାପ ବ୍ୟବହାର କରିଛନ୍ତି ସେଥିରେ ସେ ମର୍ମାହତ ହୋଇ ଆଉ ରାଜନୀତି କରିବାକୁ ଇଚ୍ଛା ନାହିଁ ବୋଲି କହିଛନ୍ତି ତାରା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial