୧୦ ଜଣ ସଦସ୍ୟଙ୍କୁ ନେଇ ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ।

ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଏହି କମିଟିରେ ସିଦ୍ଧେଶ୍ୱର ମହାପାତ୍ର, କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂଘାରୀ, ଜଗନ୍ନାଥ ପୂଜାପଣ୍ଡା ରହିଛନ୍ତି । ତାଙ୍କ ସହିତ ଗଣେଶ ଦାସ ମହାପାତ୍ର, ରାମନାରାୟଣ ଗୋଚ୍ଛାୟତ, ରଘୁବୀର ଦାସ ମହାରାଜ, ଗିରିଶ ଚନ୍ଦ୍ର ମୁର୍ମୁ, ଏ.କେ. ସାବତ ଏବଂ ମହେଶ କୁମାର ସାହୁ କମିଟିରେ ରହିଛନ୍ତି ।

ଏହାପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି କାହିଁକି ଗଠନ ହେଉନି, ସେନେଇ ଜୋରସୋରରେ ଚର୍ଚ୍ଚା ହେଉଥିଲା । ଏହି ସମୟରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବା ନେଇ ସୂଚନା ଦେଇଥିଲେ । ଆଉ ମନ୍ତ୍ରୀଙ୍କ କହିବା ମୁତାବକ, ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇଛି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବା ପରେ, ଏବେ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ। 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial