ପୁରୁଣା ଗାଡ଼ି ବ୍ୟବହାର ଅବଧି ବଢ଼ାଇଲେ ରାଜ୍ୟ ସରକାର । ଗାଡ଼ି ବ୍ୟବହାର ନିୟମରେ ପରିବର୍ତ୍ତନ କରିଛନ୍ତି ମୋହନ ସରକାର । ୧୫ରୁ ୨୦ ବର୍ଷକୁ ବଢ଼ିଲା ଗାଡ଼ି ବ୍ୟବହାର ସମୟ ସୀମା । ପୂର୍ବରୁ ୧୫ ବର୍ଷ ପୁରୁଣା ଗାଡ଼ି ବ୍ୟବହାରରେ କଟକଣା ଲଗାଇଥିଲା ବିଜେଡି ସରକାର । ସରକାରଙ୍କ ଏ ନିଷ୍ପତ୍ତି ଅନେକଙ୍କୁ ଦେବ ଆଶ୍ୱସ୍ତି । କାରଣ ଲୋକମାନଙ୍କ ୧୫ ବର୍ଷ ପୁରୁଣା ଗାଡ଼ି ଭଲ କଣ୍ଡିସନରେ ରହିଥିବାବେଳେ ସେଗୁଡ଼ିକୁ ଚଲାଇବାରେ କଟକଣା ଲାଗିଥିଲା । ଯାହା ପାଇଁ ସାଧାରଣ ଲୋକଙ୍କଠାରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ତେବେ ଏବେ ସେହି ଅବଧିକୁ ଆହୁରି ୫ ବର୍ଷ ବଢେଇଛନ୍ତି ରାଜ୍ୟ ସରକାର । ୨୦ ବର୍ଷ ତଳକୁ ଥିବା ଗାଡିକୁ ଲୋକେ ବିନା ବାଧାରେ ବ୍ୟବହାର କରିପାରିବେ ।
ରାଜ୍ୟ ସରକାର ୧୫ ରୁ ୨୦ ବର୍ଷକୁ ବଢ଼ାଇଲେ ପୁରୁଣା ଗାଡ଼ି ବ୍ୟବହାର ଅବଧି ।

Leave a Reply