ସରିଲା ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାସ; ଆଜିଠୁ ଭକ୍ତ ପାଇବେ ନୀଳାଚଳ ଅବଢା ।

ସରିଲା ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କାଲି ଥିଲା ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ଆଜିଠୁ ଭକ୍ତ ପାଇବେ ନୀଳାଚଳ ଅବଢା । ରତ୍ନବେଦୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପୁଣି ଚାଲିବ ଭକ୍ତଙ୍କ ଗହଳି । ଘୋଷଯାତ୍ରାର ୧୨ ଦିନର ଲୀଳାଖେଳା ପରେ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀକୁ ଫେରିଛନ୍ତି । ରଥଯାତ୍ରା, ସୁନାବେଶ ଓ ଅଧରପଣା ସାରି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଫେରିଛନ୍ତି ବଡଠାକୁର ।

ଆଜିଠୁ ରତ୍ନସିଂହାସନରୁ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ ତିନି ଠାକୁର । ଏବେ ସବୁ ନୀତିକାନ୍ତ ଶ୍ରୀମନ୍ଦିର ଭିତରେ ସଠିକ ଭାବେ ପରିଚାଳିତ ହେବ । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣିଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଛନ୍ତି ବିଶ୍ବନିୟନ୍ତା ଶ୍ରୀଜଗନ୍ନାଥ । କାଲି ନୀଳାଦ୍ରି ବିଜେ ଅବସରରେ ଏହି ଅନନ୍ୟ ପରମ୍ପରା ଦେଖିବାକୁ ମିଳିଛି । ପ୍ରଥମେ ରସଗୋଲା ଖୁଆଇ ମାନଭଞ୍ଜନ କଲା ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ବିରାଜମାନ କରିଛନ୍ତି। 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial