କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ଚାଲିବ ମେଟ୍ରୋ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ମେଟ୍ରୋ ପ୍ରକଳ୍ପ ନେଇ ମିଳିଲା ବଡ଼ ଅପଡେଟ୍‌। କଟକ ବଡ଼ ମେଡିକାଲ ଯାଏଁ ସଂପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ୱର ବିମାନ ବନ୍ଦରରୁ। କଟକ ବସ୍ ଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ। ମେଟ୍ରୋ ପାଇଁ କମିଟି ଗଠନ କରାଯାଇଛି। ବିଭିନ୍ନ ସହର ବୁଲି ଅନୁଧ୍ୟାନ କରୁଛି କମିଟି, ନୂଆ DPR ପ୍ରସ୍ତୁତ କରାଯାଉଛି। କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସହଯୋଗରେ ମେଟ୍ରୋ ପ୍ରକଳ୍ପ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ବିଜେଡି ସରକାର ଅମଳରେ ମେଟ୍ରୋ ରେଳ ପ୍ରକଳ୍ପ ପରିକଳ୍ପନା ହୋଇଥିଲା। ଭୁବନେଶ୍ୱର ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରାଟ ରୋଡ୍ ସୋ’ରେ ଯାଇ କଟକ ତ୍ରିଶୁଳିଆ ନିକଟ ରତାଗଡ଼ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପୁର୍ବ ସରକାର କେବଳ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପରିକଳ୍ପନା କରିଥିଲେ। ହେଲେ ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କଣ କରିବେ ବୋଲି ପାଲଟା ପ୍ରଶ୍ନ କରିଥିଲେ ନଗର ଉନ୍ନୟନ ମନ୍ତ୍ରୀ। କହିଥିଲେ, ଯେହେତୁ ଯାତ୍ରୀମାନେ ମେଟ୍ରୋରେ କଟକ ଯାଏଁ ଯିବେ, ତେଣୁ ପ୍ରକଳ୍ପର ପରିଧି ବୃଦ୍ଧି ଉପରେ ହାଇଲେବଲ କମିଟି ଅନୁଧ୍ୟାନ କରୁଛି। କମିଟିରେ ଟେକ୍ନିକାଲ ଲୋକଙ୍କୁ ମଧ୍ୟ ରଖାଯାଇଛି। ନନ୍ଦନକାନନ ରୋଡ୍ ରେ ତିନି ଥାକିଆ ରାସ୍ତା ନିର୍ମାଣ ସହ ସଭା ଉପରେ ମେଟ୍ରୋ ଚାଲିବ ବୋଲି କହିଛନ୍ତି ମନ୍ତ୍ରୀ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial