ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା । ସର୍ଚ୍ଚ ଅପରେସନ୍ବେଳେ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ରାଉଲକେଲା ଓଡିଶା ଝାଡ଼ଖଣ୍ଡ ସୀମାରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ସ୍ୱାଧୀନତା ଦିବସ ଅବସରରେ ଚାଇବାସାରେ ପୁଲିସ ଏବଂ ସୁରକ୍ଷାବାହିନୀକୁ ମାଓବାଦୀଙ୍କ ବିରୋଧରେ ବଡ଼ ସଫଳତା ମିଳିଛି । ଚାଇବାସା ଗୋଏଲକେରା ଥାନା ସରଣ୍ଡା ଜଙ୍ଗଲରୁ ସର୍ଚ୍ଚ ଅପରେସନ୍ରେ ୪ଟି ଏସଏଲଆର ରାଇଫଲ, ୫୨୭ କାରତୁସ, ଡେଟୋନେଟର ସହ ଏସ୍ଏଲ୍ଆର ଏବଂ ଏଲ୍ଏମ୍ଜିରେ ବ୍ୟବହାର ହେଉଥିବା ୧୦ ଟି ମାରାଜିନ ଏବଂ ନକ୍ସଲବାଦୀଙ୍କ ଦୈନନ୍ଦିନ ବ୍ୟବହାରର ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଜବତ ୪ଟି ଏସଏଲଆର ରାଇଫଲ ପୂର୍ବରୁ ପୋଲିସଠାରୁ ନକ୍ସଲବାଦୀମାନେ ଲୁଟି ନେଇଥିଲେ । ତାହା ବର୍ତ୍ତମାନ ଜବତ କରିଛି ସୁରକ୍ଷା ବାହିନୀ । ଚାଇବାସା ପୋଲିସ ଏବଂ କୋବ୍ରା ବାଟାଲିୟନ ପକ୍ଷରୁ ଅପରେସନ କରାଯାଇଛି ।
ସର୍ଚ୍ଚ ଅପରେସନ୍ବେଳେ ସୁରକ୍ଷାବାହିନୀ ଜବତ କଲା ବିପୁଳ ପରିମାଣର ମାଓ ସାମଗ୍ରୀ ।

Leave a Reply