ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ଡିଜିଟାଲ୍ ପ୍ରମାଣ। ସିସିଟିଭି ଓ ମୋବାଇଲରୁ ମିଳିଛି ବଳିଷ୍ଠ ପ୍ରମାଣ। କ୍ରାଇମ୍ ସିନ୍ ସିସିଟିଭିରେ କଏଦ ହୋଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ଯଥେଷ୍ଟ ପ୍ରମାଣ ରହିଛି। କଠୋରରୁ କଠୋର ଦଣ୍ଡ ପାଇଁ ସବୁ ପ୍ରୟାସ ହେବ। ଘଟଣାକୁ ମୋବାଇଲରେ ଭିଡିଓ କରିଥିଲେ ଅଭିଯୁକ୍ତ। ଏହି ଘଟଣାରେ ପୋଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କର ମୋବାଇଲ୍ ଜବତ କରି SFSLକୁ ପଠାଯାଇଛି। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
ଗଣଦୁଷ୍କର୍ମ ମାମଲାରେ ୨୪ ଘଣ୍ଟା ଭିତରେ କ୍ରାଇମବ୍ରାଞ୍ଚ ୧୦ ଜଣଙ୍କୁ ଧରି ତନାଘନା ଚଳାଇଛି। ଅପରାହ୍ନରେ ବ୍ରହ୍ମପୁର ସେଣ୍ଟ୍ରାଲ୍ ଜେଲରେ ହୋଇଥିବା ଟିଆଇ ପରେଡରେ ୬ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ପୀଡ଼ିତା ଏବଂ ତାଙ୍କ ପୁରୁଷ ବନ୍ଧୁ। ତେଣୁ ଅଧିକ ତଥ୍ୟ ପାଇଁ ପୋଲିସ ଅଭିଯୁକ୍ତମାନଙ୍କୁ ଏବେ ରିମାଣ୍ଡରେ ନେଇପାରେ।
Leave a Reply