ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ସୁପରଷ୍ଟାର ମହେଶ ବାବୁଙ୍କୁ EDର ସମନ । ଘରେ ଘରେ ପରିଚିତ ଏହି ଲୋକପ୍ରିୟ ଅଭିନେତାଙ୍କ ଉପରେ ଏବେ ଆଇନ୍ର ନଜର। ଆଜି ତାଙ୍କ ନିକଟକୁ EDର ସମନ ପଠାଯାଇଛି। ଏହି ସମନରେ ମହେଶ ବାବୁଙ୍କୁ ଏପ୍ରେଲ ୨୭ରେ ହାଇଦ୍ରାବାଦ ସ୍ଥିତି ED କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମନ ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ ଦୁଇଟି ରିଅଲ ଇଷ୍ଟେଟ୍ ନିବେଶକଙ୍କ ସହ ହୋଇଥିବା ଠକେଇ ଅଭିଯୋଗରେ। ସୂତ୍ର ଅନୁସାରେ, ମହେଶ ବାବୁ ସେହି ରିଅଲ୍ ଇଷ୍ଟେଟ୍ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଥିଲେ। ତେବେ ତାଙ୍କୁ ଅର୍ଥ ହେରଫେର ମାମଲାରେ ଏପ୍ରେଲ ୨୭ରେ ଜେରା କରାଯିବ।
ସୂଚନା ଅନୁସାରେ ହାଇଦ୍ରାବାଦସ୍ଥିତ ରିଅଲ ଇଷ୍ଟେଟ୍ ଫାର୍ମ ସାଇ ସୂର୍ଯ୍ୟ ଡେଭଲ୍ପର୍ସ ଏବଂ ସୁରାନା ଗ୍ରୁପ୍ ସହିତ ଜଡିତ ଅର୍ଥ ହେରଫେର ମାମଲା ସହିତ ଗ୍ରୀନ୍ ମିଡୋଜ୍ର ବ୍ରାଣ୍ଡ ଆମ୍ବାସାଡର ଥିବା ହେତୁ ମହେଶ ବାବୁଙ୍କୁ ଏହି ସମନ ପଠାଯାଇଛି।
Leave a Reply