ଯାଜପୁରରେ ଅଣାୟତ କଲାଣି ଝାଡ଼ାବାନ୍ତି । ବ୍ୟାପିବାରେ ଲାଗିଛି ଡାଇରିଆ । ଜିଲ୍ଲାର ଚାରିଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ରୁ ଅଧିକ ରହିଥିବା ସୂଚନା ମିଳିଛି । ସେପଟେ କିଛି ରୋଗୀ ସୁସ୍ଥ ହୋଇ ଅଧାରୁ ଅଧିକ ଘରକୁ ଫେରିଛନ୍ତି । ଯାଜପୁର ରୋଡ଼ ମେଡ଼ିକାଲରେ ଆଜି ଆଠ ନୂଆ ଆକ୍ରାନ୍ତ ଭର୍ତ୍ତି ହୋଇଥିବାବେଳେ ବର୍ତ୍ତମାନ ୪୨ ଜଣ ଚିକିତ୍ସିତ ହେଉଛନ୍ତି । ଦାନଗଦି ମେଡ଼ିକାଲରେ ସାତ ଜଣ ନୂଆ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି ।
ବର୍ତ୍ତମାନ ୩୨ ଜଣ ଚିକିତ୍ସାଧିନ ଅଛନ୍ତି । ସେହିପରି କୋରେଇ ମେଡ଼ିକାଲରେ ଆଜି ଜଣେ ନୂତନ ଆକ୍ରାନ୍ତଙ୍କ ଭର୍ତ୍ତି ହୋଇଥିବାବେଳେ ବର୍ତ୍ତମାନ ୮ ଜଣ ଚିକିତ୍ସାଧୀନ ଅଛନ୍ତି । ଧୀରେ ଧୀରେ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀ ମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ନୂତନ ଆକ୍ରାନ୍ତ ମେଡ଼ିକାଲକୁ ଆସୁଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ୧୧ ଜଣ ଝାଡ଼ାବାନ୍ତିରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ଝାଡ଼ାବାନ୍ତି କାରଣ ସ୍ପଷ୍ଟ ହୋଇପାରିନି । ପରିସ୍ଥିତିକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ଯାଜପୁର ରୋଡ଼ ମେଡ଼ିକାଲରେ ରୋଗୀ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ କରାଯାଇଛି ।
ଯାଜପୁରରେ କମୁନି ଝାଡ଼ାବାନ୍ତି; ୭୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ସୂଚନା ।

Leave a Reply