ପୁଣି ଜଳିଗଲେ ଆଉ ଜଣେ ଛାତ୍ରୀ । ବାଲେଶ୍ୱର, ବଳଙ୍ଗା, ପଟ୍ଟାମୁଣ୍ଡାଇ ପରେ ଏବେ ଆଉ ଜଣେ ଛାତ୍ରୀ ଜଳିଲେ । ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଅଞ୍ଚଳରୁ ଆସିଛି ଏଭଳି ଏକ ହୃଦୟବିଦାରକ ଦୃଶ୍ୟ । ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷୀୟା ନାବାଳିକା ଜଳିଯାଇଛନ୍ତି । ନାବାଳିକା ଜଣକ ତାଙ୍କ ମାମୁଘର ଗାଁରେ ଜଳିଯାଇଥିବା ସୂଚନା ।
ତେବେ କେମିତି ଜଳିଗଲେ ନାବାଳିକା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କେହି ତାଙ୍କୁ ପେଟ୍ରୋଲ ଢାଳି ଜାଳିଛି, କି ଅନ୍ୟ କିଛି ତାହା ବି ମଧ୍ୟ ସ୍ପଷ୍ଟ ହୋଇନି । ଏନେଇ ଆମ୍ବୁଲାନ୍ସକୁ ଖବର ଦିଆଯିବା ପରେ ଆମ୍ବୁଲାନ୍ସ ଆସିବାରେ ମଧ୍ୟ ବିଳମ୍ବ ହୋଇଥିଲା । ଯେଉଁଥିପାଇଁ ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ନାବାଳିକା ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Leave a Reply