ବାଣୀବିହାର କ୍ୟାମ୍ପସ୍ ଭିତରେ ହଷ୍ଟେଲ ଛାତରୁ ପଡି ଜଣେ ଅଣଛାତ୍ରଙ୍କ ମୃତ୍ୟୁ !

ବାଣୀବିହାର କ୍ୟାମ୍ପସ୍ ଭିତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ହଷ୍ଟେଲ ଛାତରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ସେ ଜଣେ ଯୁବ ବିଜେଡ଼ି ନେତାଙ୍କ ଡ୍ରାଇଭର ବୋଲି ଜଣାପଡିଛି । ଭୋର ସମୟରେ ଡ୍ରାଇଭର ବିଶ୍ଵଙ୍କ କ୍ଷତାକ୍ତ ମୃତଦେହ ହଷ୍ଟେଲ କଡରୁ ଉଦ୍ଧାର କରାଯାଇଥିବା ବେଳେ ଏବେ ସହିଦନଗର ଥାନା ପୁଲିସ ଶରୀର ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ତେବେ ଛାତ୍ର ନ ହୋଇଥିବା ସତ୍ତ୍ୱେ ହଷ୍ଟେଲରେ ବିଶ୍ୱ କଣ କରୁଥିଲେ ଓ ତାଙ୍କର ମୃତ୍ୟୁ କେମିତି ହେଲା ତାହାକୁ ନେଇ ପ୍ରଶ୍ନ ଉଠୁଛି ।

ଏବାବଦରେ ଉତ୍କଳ ବିଶ୍ଵବିଦ୍ୟାଳୟ ଭିସି ଓ ପ୍ରଶାସନ ଉତ୍ତରଦାୟୀ । ତେଣୁ, ଖୁବଶୀଘ୍ର ପୁରୁଣା ଘଟଣା ସମେତ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ହେଉ । କାହା ପାଇଁ ଏହି ରୁମ ଆଲର୍ଟ ହୋଇଥିଲା, କିଏ ଏହି ଅଣଛାତ୍ରଙ୍କୁ ହଷ୍ଟେଲରେ ଜାଗା ଦେଇଥିଲା ତାହା ଜଣାପଡିବା ଆବଶ୍ୟକ । ସରକାର ମଧ୍ୟ ତ୍ୱରିତ ପଦକ୍ଷେପ ନେଉନଥିବାରୁ ଏଭଳି ଘଟୁଛି ବୋଲି କହିବା ସାଙ୍ଗକୁ ଆଗକୁ ଯଦି ସରକାର ଏ ଦିଗରେ ଚିନ୍ତା ନକରନ୍ତି ତେବେ ଏବିଭିପି ଆନ୍ଦୋଳନ ଜୋରଦାର କରିବା ନେଇ ଏବିଭିପି ଛାତ୍ର ସଂଗଠନ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial