ବାଲେଶ୍ୱର FM କଲେଜ ଘଟଣାକୁ ନେଇ ରାଜନୀତି କରୁଥିବା ବିରୋଧିଙ୍କୁ କଡା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା। ଗତକାଲି ଏଫଏମ୍ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଆହତ ହୋଇଥିବା ଛାତ୍ର ଜ୍ୟୋତିପ୍ରକାଶଙ୍କୁ କଟକ SCB ଯାଇ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଅଭିଳାଷଙ୍କ ସହ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଗଗନ ଓଝା ଏବଂ ସୁବ୍ରତ ବିଶ୍ୱାଳ ମଧ୍ୟ ଉପସ୍ଥିିତ ଥିଲେ। ଜ୍ୟୋତିଙ୍କ ଅଭିଭାବକଙ୍କୁ ଭେଟି ତାଙ୍କ ପୁଅର ସାହସିକତା ପାଇଁ ସାଧୁବାଦ ଜଣାଇବା ସହିତ ପୁଅର ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ତା’ସହ ପୀଡିତାଙ୍କ ମୃତ୍ୟୁକୁ ନେଇ ବିରୋଧୀ ରାଜନୀତି କରୁଥିବା କଥା ଗଣମାଧ୍ୟମ ଆଗରେ କଡା ସମାଲୋଚନା କରିଛନ୍ତି ଅଭିଳାଷ।
ବିରୋଧୀ କଂଗ୍ରେସ ଓ ବିଜେଡି ସମର୍ଥିତ ଛାତ୍ରମାନେ ସୋସିଆଲ ମିଡିଆରେ ପିଡିତାର ଚରିତ୍ର ସଂହାର କରିଥିବା ବେଳେ ଆଜି ସେହିମାନେ ହିଁ ପିଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଗଣମାଧ୍ୟମକୁ ଗୋଟି ଗୋଟି ତଥ୍ୟ ଦେଖାଇ ସମାଲୋଚନା କରିଛନ୍ତି। କିଭଳି ଭାବେ ବିରୋଧି ବିଜେଡି ଦଳର କର୍ମୀମାନେ ରାଜରାସ୍ତାରେ ନ୍ୟାୟ ଦାବି କରି ଆନ୍ଦୋଳନ କଲା ବେଳେ କେଉଁଭଳି ଭାବେ ଖୁଲମଖୁଲା ହସୁଛନ୍ତି ସେନେଇ କିଛି ଫଟୋ ଗଣମାଧ୍ୟମକୁ ଦେଖାଇଛନ୍ତି। ଏହାସହ ବିଜେଡିର ପ୍ରମୁଖ ବ୍ୟକ୍ତି ବବି ଦାସ ଏବଂ ଅରୁଣ ସାହୁଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି। ନୀଳବର୍ଣ୍ଣ ଶୃଗାଳ ଓ ପରି ହତ୍ୟାକାରୀର ମୁଖ୍ୟ ଅଭିଯୁକ୍ତ ଅରୁଣ ସାହୁ ବୋଲି କହିଛନ୍ତି। ଅନ୍ୟପଟେ କଂଗ୍ରେସର କିଛି ଯୁବ କର୍ମୀମାନଙ୍କୁ ମଧ୍ୟ କଡା ସମାଲୋଚନା କରିଛନ୍ତି। ପୀଡିତାକୁ ମୃତ୍ୟୁ ପାଇଁ ଏହିମାନେ ଉସକେଇଛନ୍ତି ଏବଂ କଟା ଘା’ରେ ଚୂନ ମାରୁଛନ୍ତି ବୋଲି ପ୍ରତ୍ୟେକ୍ଷ ଭାବେ ଗଣମାଧ୍ୟମକୁ କହିଛନ୍ତି ଅଭିଳାସ।
Leave a Reply