ଚଳନ୍ତା ଟ୍ରେନରୁ ଖସିପଡିଲେ ଯାତ୍ରୀ । ଫଳରେ ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଟର୍ମିନସରେ । ରେଳବାଇ ଅଧିକାରୀଙ୍କ ସୂଚନା ଅନୁସାରେ ପାଖାପାଖି ୧୦-୧୨ ଜଣ ଟ୍ରେନରୁ ଖସିପଡିଛନ୍ତି । ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ସନ୍ଦେହ କରାଯାଉଛି । ସେପଟେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ରେଳବାଇ ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ତୁରନ୍ତ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ରେଲୱେ ପ୍ରଶାସନ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଟ୍ରେନରେ ପ୍ରବଳ ଭିଡ଼ ଥିଲା । ମାତ୍ରାଧିକ ଯାତ୍ରୀ ଟ୍ରେନରେ ଥିବାରୁ କିଛି ଲୋକ ଡୋର୍ ନିକଟରେ ଛିଡା ହୋଇଥିଲେ । ତେବେ ଡୋର୍ ନିକଟରେ ଛିଡା ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ପାଖାପାଖି ୧୦-୧୨ ଜଣ ଖସିପଡିଥିବା ଜଣାପଡ଼ିଛି । ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
Leave a Reply