ଆଜି ବନକଲାଗି ନୀତି ଯୋଗୁଁ ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ ।

ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ସକାଳୁ ସକାଳୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଆଡ଼ପ ଦର୍ଶନ । ଏପଟେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି । ବନକଲାଗି ନୀତି ଯୋଗୁଁ ଆଜି ୫ ଘଣ୍ଟା ଦର୍ଶନ ବନ୍ଦ । ରାତି ୯ରୁ ୨ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅନ୍ୟପକ୍ଷରେ ପୁରୀରେ ପ୍ରବଳ ଭିଡ଼କୁ ଦୃଷ୍ଟି ରଖି ଆଜି ଶ୍ରଦ୍ଧାଳୁମାନଙ୍କ ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏକ ଜରୁରୀ ସୂଚନା ଜାରି କରାଯାଇଛି । ଏଥିରେ କୁହାଯାଇଛି, ଆଜି ସକାଳ ସମୟରୁ ପୁରୀ ସହରକୁ ବହୁ ସଂଖ୍ୟାରେ ଯାନବାହାନ ଆସୁଥିବାର ଦେଖିବାକୁ ମିଳୁଛି । ଏହିଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଦୁଇ ଘଣ୍ଟା କିମ୍ବା ତାହାଠାରୁ ଅଧିକ ସମୟ ଧରି ଅପେକ୍ଷା କରିବାକୁ ପଡ଼ିପାରେ । ତେଣୁ ପୁରୀକୁ ଆସିବାକୁ ଯୋଜନା କରୁଥିବା ଭକ୍ତ ଓ ଯାତ୍ରୀମାନେ ଦୟାକରି ଏହାକୁ ଧ୍ୟାନରେ ରଖି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁ ।

ସୂଚନାଯୋଗ୍ୟ, ଗତକାଲି ଭୋରରେ ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ତା’ସହିତ ୬ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଏହି ଘଟଣା ପରେ ସରକାର ଓ ପ୍ରଶାସନଙ୍କୁ ଅନେକ ପ୍ରଶ୍ନ ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରଥମ ପଦକ୍ଷେପ ସ୍ୱରୂପ ସରକାର ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି କରିଛନ୍ତି । ଜଣେ କମାଣ୍ଡାଣ୍ଟ ଓ ଜଣେ ଡିସିପିଙ୍କୁ ସସ୍‌ପେଣ୍ଡ କରିଛନ୍ତି । ରଥଯାତ୍ରାକୁ ସୁପରଭିଜନ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial