ଖୋଲିଲା ହୀରାକୁଦ ଜଳଭଣ୍ଡାର ୪ଟି ଗେଟ୍ । ଜଳଭଣ୍ଡାରର ଜଳସ୍ତର ବଢୁଥିବାରୁ ଖୋଲାଗଲା ୪ଟି ଗେଟ୍ । ସୂଚନା ଦେଲେ ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ । ୨୪ ଘଣ୍ଟା ମଧ୍ୟରେ ୩ ଫୁଟ ବଢିଛି ହୀରାକୁଦର ଜଳସ୍ତର । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୦ ଦଶମିକ ୩୭ ଫୁଟ ରହିଛି । ଡ୍ୟାମକୁ ୨ ଲକ୍ଷ ୨୫ ହଜାର ୩୫୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୪ ହଜାର ୭୫୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି । କ୍ୟାଚମେଣ୍ଟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଆଜି ହୀରାକୁଦ ଗେଟ ଖୋଲାଯାଇଛି । ଏବେ ମହାନଦୀ ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଜାରି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ୍ ଜଳସ୍ତର ।
ଖୋଲିଲା ହୀରାକୁଦ ଜଳଭଣ୍ଡାର ୪ଟି ଗେଟ୍; ସୂଚନା ଦେଲେ ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ।

Leave a Reply