ସ୍ତ୍ରୀଙ୍କୁ ହତ୍ୟା କରି ସ୍ତ୍ରୀର ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ପ୍ରେସର‌ କୁକର୍‌ରେ ସିଝେଇ ହ୍ରଦରେ ଫିଙ୍ଗୁ ଥିଲା ସ୍ବାମୀ

ହାଇଦ୍ରାବାଦ: ଦିନକୁ ଦିନ ନିଜ ଜୀବନସାଥୀଙ୍କ ସହ ସାଧାରଣ ଝଗଡ଼ାକୁ ନେଇ ହତ୍ୟା ମାମଲା ବୃଦ୍ଧି ପାଉଛି । ତେବେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ହାଇଦ୍ରାବାଦ୍‌ରୁ ଆସିଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ପ୍ରେସର‌ କୁକର୍‌ରେ ସିଝେଇବା ପରେ ନେଇ ହ୍ରଦରେ ଫିଙ୍ଗୁଥିଲେ ବୋଲି ଅଭିଯୋଗ ହୋଇଛି।ତେବେ ଅଭିଯୁକ୍ତ ଜଣକ ପୂର୍ବରୁ ସେନାରେ କାମ କରି ସାରିଛନ୍ତି। ସୂଚନା ଅନୁଯାୟୀ ,ତାଙ୍କ ସ୍ତ୍ରୀଙ୍କ ସହ ତାଙ୍କର ଝଗଡ଼ା ହେବା ପରେ ସେ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ କିଛି ଦିନ ପର୍ଯ୍ୟନ୍ତ ନମିଳିବାରୁ ତାଙ୍କ ବାପାମାଆ ଗତ କିଛି ସପ୍ତାହ ତଳେ ପୁଲିସ୍‌ରେ ଏକ ନିଖୋଜ ରିପୋର୍ଟ ଦାଖଲ କରାଇଥିଲେ। ଏବେ ଜଣାପଡ଼ିଛି ଯେ ମହିଳା ଜଣକ ନିଖୋଜ ନଥିଲେ ବରଂ ତାଙ୍କ ନିଜ ସ୍ବାମୀ ହିଁ ତାଙ୍କର ନିର୍ମମ ହତ୍ୟା କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରି ବୁଧବାର ଦିନ ପ୍ରମୃତ ମାମଲା କ’ଣ ଜାଣିପାରିଛି। ପୁଲିସ୍‌ ଏବେ ଅଭିଯୁକ୍ତ ସ୍ବାମୀକୁ ହେପାଜତରେ ନେଇ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial