ସମିତି ବୈଠକକୁ ବର୍ଜନ କଲେ ବ୍ଲକ ଅଧକ୍ଷ ଓ ଉପାଧକ୍ଷଙ୍କ ସମେତ ୩୫ରୁ ଉର୍ଦ୍ଧ ସରପଞ୍ଚ ଓ ସମିତି ସଭ୍ୟ

ଅକ୍ଷର ବ୍ୟୁରୋ : ବେଗୁନିଆପଡା ବ୍ଲକରେ ଛକା ପଞ୍ଝା ରାଜନୀତି, ପତିଆରା ଜାହିର ଭିତରେ ବିକାଶ ଠପ। ବେଗୁନିଆପଡା ବ୍ଲକ ରାଜନୀତିରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ପଞ୍ଚାୟତ ସମିତି ବୈଠକକୁ ବର୍ଜନ କଲେ ବ୍ଲକ ଅଧକ୍ଷ ଓ ଉପାଧକ୍ଷଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ । ବ୍ଲକ ପ୍ରଶାସନ ର ମନ ମୁଖି କାର୍ଯ୍ୟ କୁ ବିରୋଧ କରି ସମିତି ବୈଠକ ବର୍ଜନ କରିଥିବା ସୂଚନା। ଗୁରୁବାର ଦିନ ବେଗୁନିଆପଡା ବ୍ଲକରେ ଥିଲା ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ସ୍ୱତନ୍ତ୍ର ସମିତି ବୈଠକ। ବୈଠକରେ ଉପସ୍ଥିତ ଥିଲେ ଖୋଦ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । କିନ୍ତୁ ବୈଠକକୁ ଆସିଲେନି ବ୍ଲକ ଅଧକ୍ଷ ଓ ଉପାଧକ୍ଷଙ୍କ ସମେତ 2 ଜିଲ୍ଲା ପରିଷଦ ଓ ଅନେକ ସରପଞ୍ଚ ଓ ସମିତି ସଭ୍ୟ । ବ୍ଲକ ପ୍ରଶାସନ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ପଞ୍ଚାୟତର ବିଭିନ୍ନ କାର୍ଯ୍ୟରେ ଅଣ ଦେଖା କରୁଥିବା ଅଭିଯୋଗ ନେଇ ବୈଠକ ବର୍ଜନ କରିଥିବା ସୂଚନା ରହିଥିବା ବେଳେ ପଞ୍ଚାୟତ ସମିତି ନିୟମ ଅନୁଯାଇ କୋରମ ନଥାଇ ବୈଠକ କେମିତି ଚାଲିଲା ବୋଲି ପ୍ରଶ୍ନ କରିଛନ୍ତି ଅନୁପସ୍ଥିତ ଥିବା ପ୍ରତିନିଧି । ବ୍ଲକ ଅଧକ୍ଷ ଓ ଉପାଧକ୍ଷଙ୍କ ଅନୁପସ୍ଥିତ ଯୋଗୁ ବୈଠକ ଦାୟିତ୍ୱ ତୁଲାଇଲେ ବରିଷ୍ଠ ସରପଞ୍ଚ କାଶୀନାଥ ବେହେରା। ହାତ ଗଣତି ସରପଞ୍ଚ ଓ ସମିତି ସଭ୍ୟ, ଜଣେ ଜିଲ୍ଲା ପରିଷଦ ଏବଂ ବିଧାୟକଙ୍କୁ ନେଇ ବୈଠକ ଚାଲିଥିବା ସୂଚନା ମିଳିଛି । ତେବେ ସମିତି ବୈଠକର ବିନା କୋରମରେ ବୈଠକ କୁ ନେଇ ଉଠିଛି ପ୍ରଶ୍ନ । ବେଗୁନିଆପଡା ବ୍ଲକରେ 23 ପଞ୍ଚାୟତ ରହିଥିବା ବେଳେ ବିଜେଡି କଵଜାରେ ରହିଛି ବେଗୁନିଆପଡା ପଞ୍ଚାୟତ ସମିତି ଅଧକ୍ଷ ଓ ଉପାଧକ୍ଷ ଙ୍କ ସମେତ ଅଧିକାଂଶ ସରପଞ୍ଚ ଓ ସମିତି ସଭ୍ୟ । ବୈଠକ ବର୍ଜନ କରିଥିବା ଜନ ପ୍ରତିନିଧି ବିଜେଡି ସମର୍ଥିତ ରହିଛନ୍ତି । ସରକାର ବଦଳିଲା ପରେ ବେଗୁନିଆପଡା ବ୍ଲକର ପଞ୍ଚାୟତ ଜନ ପ୍ରତିନିଧି ଙ୍କୁ ଅଣ ଦେଖା କରାଯିଵା ସହ ବିଭିନ୍ନ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ତଥା ସରକାରୀ କାର୍ଯ୍ୟକ୍ରମ ଠପ ରହିଛି ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜନ ପ୍ରତିନିଧି । ବୈଠକରେ କୋରମ ଅଛି କି ନାହିଁ ଜାଣି ନଥିବା କହିଛନ୍ତି ଅଧକ୍ଷତା କରୁଥିବା ସରପଞ୍ଚ।
ଛକା ପଞ୍ଝା ରାଜନୀତିରେ ବଳି ପଡୁଛି ବେଗୁନିଆପଡା ବ୍ଲକର ବିକାସ। ସେପଟେ ଅଧିକାଂଶ ପଞ୍ଚାୟତ ପ୍ରତିନିଧି ବୈଠକ ବର୍ଜନ କରିଥିବା ବେଳେ ଧୀରେ ଧୀରେ ଉଷ୍ମ ହେଉଛି ରାଜନୀତି । ଆଜିର ବୈଠକ କାର୍ଯ୍ୟକାରିତା କୁ ନେଇ ଉଠିଛି ପ୍ରଶ୍ନ । ଅନ୍ୟ ପକ୍ଷରେ ଆଜିର ବୈଠକ ରେ ବିଭିନ୍ନ ପଂଚାୟତରୁ ଗ୍ରାମସଭା ମାଧ୍ୟମରେ ଆସିଥିବା ପ୍ରକଳ୍ପ ଗୁଡିକୁ ଉପସ୍ଥାପନ କରିଥିଲେ ଏ ଵି ଡି ଓ ନିରଞ୍ଜନ ବେହେରା। ଆହୁରି ଅନେକ ପ୍ରକଳ୍ପ ରହିଯାଇଥିବା ଅଭିଯୋଗ କରିଥିଲେ ଦୁଇ ଜଣ ସରପଞ୍ଚ । ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଠିକ ଭାବରେ କାର୍ଯ୍ୟ କରୁନଥିବା, ଆବାସ ଯୋଜନାରେ ସର୍ଭେ କାର୍ଯ୍ୟ ମନଇଚ୍ଛା କରୁଥିବା, ମନରେଗା ରେ କେତେ ଜଣ ପି ଇ ଓ ଦୁର୍ନୀତି କରିଥିବା ନେଇ ବିଧାୟକ କହିଥିବା ବେଳେ ଆଗାମୀ ଦିନ ରେ ଠିକ ଭାବେ କାର୍ଯ୍ୟ ନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓ ଙ୍କୁ କହିଥିଲେ ବିଧାୟକ । ଆଗାମୀ ଦିନରେ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଙ୍କ ସମନ୍ୱୟ ରେ ଉର୍ନ୍ନୟନ କାର୍ଯ୍ୟ କରିବା ପାଇଁ କହିଥିଲେ ବିଧାୟକ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial