ଅକ୍ଷର ବ୍ୟୁରୋ : ଯାଜପୁର ଜିଲା ମହୋତ୍ସବ ‘ ଯଯାତୀ ୨୦୨୫ ‘ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଯାଜପୁର ଦିନିକିଆ ଗସ୍ତରେ ଆସି ଯାଜପୁର ଜିଲ୍ଲା ମହୋତ୍ସବ ‘ଯଯାତି -୨୦୨୫’ ର ଉଦଘାଟନ କରି ପ୍ରାୟ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ କର କମଳରେ ସମୁଦାୟ ୮୨୯ କୋଟି ୭୬ ଲକ୍ଷ ଟଙ୍କାର ୮୩ ଟି ପ୍ରକଳ୍ପ ଉଦଘାଟିତ ହୋଇଥିବା ବେଳେ, ୧୭୦ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି। ଏଥିରେ ୫୦ କୋଟି ଟଙ୍କାରେ ମା’ ବିରଜାଙ୍କ ମନ୍ଦିରର ଉନ୍ନତିକରଣ, ୧୦ କୋଟି ଟଙ୍କାରେ ମନ୍ଦିର ସନ୍ନିକଟ ଧର୍ମଶାଳାର ସମ୍ପ୍ରସାରଣ, ୨୧ କୋଟି ଟଙ୍କାରେ ବିରଜା ଅଗ୍ନେଶ୍ୱର ହାଟର ଉନ୍ନତିକରଣ, ୩୦ କୋଟିରେ ନୂଆ ବସ୍ ଟର୍ମିନାଲ୍ ସମେତ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳ ସମ୍ପଦ, ବିଦ୍ୟୁତ ପରିବହନ, ସଡକ, ସେତୁ, କେନାଲ ଆଦି ଭିତ୍ତିଭୂମି ଓ ପର୍ଯ୍ୟଟନ ପ୍ରକଳ୍ପ ରହିଛି । ଜିଲାପାଳ ପି ଅନ୍ବେଶା ରେଡିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ,ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନାଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଓ ସମାଜସେବୀ ଗୌତମ ରେ ମଂଚାସୀନ ଥିଲେ। ପରେ ମୁଖ୍ୟମନ୍ତ୍ରୀ ପଲିଶ୍ରୀ ମେଳା ର ଶୁଭ ଉଦଘାଟନ କରିଥିଲେ। ଏହା ପରେ ଯଯାତି ର ମୁଖ୍ୟ ଆକର୍ଷଣ ବଲିଉଡ କଣ୍ଠ ଶିଳ୍ପୀ ଜୁବିନ୍ ନଉଟିଆଲ୍ ମଞ୍ଚ ଉପରକୁ ଚଢ଼ିଥିଲେ। ଜୁବିନ୍ ଗୋଟିଏ ପରେ ଗୋଟିଏ ହିଟ ଗୀତ ପରିବେଷଣ କରିଥିଲେ। ଜୁବିନ୍ ଙ୍କୁ ଶୁଣିବାକୁ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ।
ଯାଜପୁର ଜିଲ୍ଲା ମହୋତ୍ସବ ‘ ଯଯାତୀ ୨୦୨୫ ‘ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Leave a Reply