କୁଆରମୁଣ୍ଡା: ଭାତରେ ମୂଷା ମାରିବା ପାଇଁ ମୂଷା ବିଷ ଗୋଳେଇ ରଖା ଯାଇଥିଲା। ହେଲେ ମୂଷା ବଦଳରେ ୧୨ ବର୍ଷୀୟା ଝିଅ ସେହି ବିଷ ମିଶା ଭାତକୁ ଖାଇ ମୃତ୍ୟୁ ହେବା ଘଟଣା ଏବେ ବୀରମିତ୍ରପୁର ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।| ତେବେ କୁଆରମୁଣ୍ଡା ଫାଣ୍ଡି ରିଉଁ ଗାଁ’ର ସାଗର କୁମ୍ଭାରଙ୍କ ଝିଅ କିରଣ ରିଉଁ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ। ସେ ସ୍କୁଲରୁ ଘରକୁ ଫେରିବା ପରେ ଅଜାଣତରେ ଘରେ ମୂଷାମରା ଔଷଧ ଗୋଳାହୋଇ ରଖାଯାଇଥିବା ଭାତ ଖାଇ ଦେଇଥିଲେ। ବିଷ ମିଶା ଭାତ ଖାଇବାର କିଛି ମିନିଟ୍ ମଧ୍ୟରେ କିରଣ ଗୁରୁତର ହୋଇ ପଡ଼ିଥିଲେ। ସଙ୍ଗେସଙ୍ଗେ ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ସାଗର ବୁଧବାର କୁଆରମୁଣ୍ଡା ଫାଣ୍ଡିରେ ଲିଖିତ ଭାବେ ଜଣାଇବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହାସହ ମୃତକଙ୍କ ଶବ ପରିବାରକୁ ହସ୍ତାନ୍ତର କରିଛି।
ମଙ୍ଗଳବାର ଅପରାହ୍ଣରେ ସେ ସ୍କୁଲରୁ ଘରକୁ ଫେରିବା ପରେ ଅଜାଣତରେ ଘରେ ମୂଷାମରା ଔଷଧ ଗୋଳାହୋଇ ରଖା ଯାଇଥିବା ଭାତ ଖାଇ ଦେଇଥିଲେ। ବିଷ ମିଶା ଭାତ ଖାଇବାର କିଛି ମିନିଟ୍ ମଧ୍ୟରେ କିରଣ ଗୁରୁତର ହୋଇ ପଡ଼ିଥିଲେ। ସଙ୍ଗେସଙ୍ଗେ ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ସାଗର ବୁଧବାର କୁଆରମୁଣ୍ଡା ଫାଣ୍ଡିରେ ଲିଖିତ ଭାବେ ଜଣାଇବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହାସହ ମୃତକଙ୍କ ଶବ ପରିବାରକୁ ହସ୍ତାନ୍ତର କରିଛି।
ମୂଷା ପାଇଁ ବିଷମିଶା ଭାତ ଥିଲା ,ତାକୁ ମୂଷା ବଦଳରେ ଝିଅଟି ଖାଇ ମୃତ୍ୟୁ ମୁଖରେ ପଡିଲା

Leave a Reply