ନୀଳଗିରି : ମା’ର ପରକୀୟା ପ୍ରୀତି ହେଲା କାଳ | ଲୁଚିଛପି ପ୍ରେମ କରୁଥିବା ମା’ ଉପରେ ଅନେକ ଦିନ ଆଗରୁ ସନ୍ଦେହ କରୁଥିଲା ପୁଅ | ଆଖି ଆଗରେ ଦେଖିଲା ପରେ ଏହାକୁ ସହ୍ୟ କରି ନପାରି ମୁଣ୍ଡରେ ପୀତ ଚଢ଼ିଯାଇଥିଲା | ଫଳରେ ଏକ କାଠ ଫାଳିଆରେ ପିଟିପିଟି ମାରିଦେଲା ପୁଅ | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବାଘମରା ଗ୍ରାମରେ | ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ପୁଅକୁ ଗିରଫ କରିଛି |
ସୂଚନା ଅନୁଯାୟୀ , ବୁଧବାର ଅପରାହ୍ନରେ ବାଘମରା ଗ୍ରାମର ବିଧବା କଙ୍କିମଣି ସିଂ (୪୫) ଉକ୍ତ ଗ୍ରାମର ବାୟା ନାମକ ଏକ ଯିବକ ସହ କଥାବାର୍ତ୍ତା ହେଉଥିବା ବେଳେ ସାନପୁଅ ଦୁର୍ଗା ସିଂ (୨୪ ) ଦେଖିଦେଇଥିଲା | ମା’ ଏବଂ ବାୟା ଏକାଠି ଥିବାରୁ ପୁଅ ଏହାକୁ ପାପ ସମ୍ପର୍କ ବୋଲି ସନ୍ଦେହ କରିଥିଲା | ଫଳରେ ସେ ଏହାକୁ ସହ୍ୟ କରି ନପାରି ଘରେ ଥିବା ଏକ କାଠ ଫାଳିଆରେ ମା’କୁ ପିଟିପିଟି ମାରିଦେଇଥିଲା | ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି | ଏବଂ ଶବ ବ୍ୟବଚ୍ଛେଦ ପାଇଁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି |
ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପରକୀୟା ପ୍ରୀତିରେ ଲିପ୍ତ ଥିବା ଯୁବକକୁ ଖୋଜିବା ଆରମ୍ଭ କରିଛି | ଏହି ଅପ୍ରୀତିକର ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |
Leave a Reply