ଅକ୍ଷର ବ୍ୟୁରୋ: ସରସ୍ବତୀ ପୂଜା ଉପଲକ୍ଷେ ବାଲୁଗାଁ ପାଟଣା ସାହି କଣ୍ଢେଇ କ୍ଲବ ଆନୁକୂଲ୍ୟରେ “ଭୁଲ ତୋର ଭୋଗୁଛି ମୁଁ” ସାମାଜିକ ନାଟକ ପରିବେଷଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ କାଉନସିଲର ପ୍ରତିନିଧି ସହଦେଵ ବେହେରା,ଖୋର୍ଦ୍ଧା ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସମ୍ପାଦକ ସୁଧାଂଶୁ ଶେଖର ପରିଡା,ସମାଜସେବୀ ଧୋବା ବିଶ୍ୱାଳ,ରତନା ବେହେରା,ଉମାକାନ୍ତ ବେହେରା,ନାଟ୍ୟ ନିର୍ଦ୍ଦେଶକ ପର୍ଶୁରାମ ସାହୁ,କ୍ଲବ ସଭାପତି ରାଜେନ୍ଦ୍ର ବେହେରା,ସମ୍ପାଦକ ଜିତେନ୍ଦ୍ର ବେହେରା,ଉପଦେଷ୍ଟା ବୈକୁଣ୍ଠ ବେହେରା ପ୍ରମୁଖ ଉପସ୍ଥିତ ରହି ମା ଜାଗୁଳାଇ କଳା ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ କଳାକାର ମାନଙ୍କ ଆପ୍ରାଣ ଚେଷ୍ଟା ଓ ଉଦ୍ୟମ ବଳରେ ସାମାଜିକ ନାଟକ ପରିବେଷଣ କରିଥିବାରୁ କଳାକାର ସମେତ ଅଞ୍ଚଳବାସୀଙ୍କୁ ଭୂୟାଁସି ପ୍ରଶଂସା କରିଥିଲେ।ନାଟ୍ୟକାର ପର୍ଶୁରାମ ସାହୁଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ତୃତୀୟ ଅବଦାନ “ଭୁଲ ତୋର ଭୋଗୁଛି ମୁଁ” ନାଟକ ପରିବେଷଣ କରାଯାଇଥିଲା।ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ନାଟକ ଦେଖିବା ପାଇଁ ଆଶାତୀତ ଭାବେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ଭିଡକୁ ନିୟନ୍ତ୍ରଣ କରିବାପାଇଁ ଯାତ୍ରା କମିଟି ଏବଂ ସାହି କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
ମା ଜାଗୁଳାଇ କଳା ଅନୁଷ୍ଠାନର ତୃତୀୟ ଅବଦାନ”ଭୁଲ ତୋର ଭୋଗୁଛି ମୁଁ” ନାଟକ ପରିବେଷଣ

Leave a Reply