ବିଂଝାରପୁର: ଯାଜପୁର ଜିଲା ବିଂଝାରପୁର ରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ବହୁ ଆଡମ୍ବରରେ ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ । ପ୍ରଭୂ ବରୁଣେଶ୍ୱର ବର୍ଷସାରା ଜଳରେ ନିମଗ୍ନ ରହିଥିବା ବେଳେ ଏହିଦିନ ପ୍ରଭୁଙ୍କୁ ଜଳ ନିଷ୍କାସନ କରି ବଡ଼ସିଂହାର ବେଶ କରାଯାଇଥାଏ । ପୂଜକ ମାନେ ଆଜି ଭୋରୁ ପ୍ରଭୂଙ୍କୁ ସୁସଜ୍ଜିତ ବେଶ କରାଇବା ପରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ବାବା ବରୁଣେଶ୍ୱର । ଭକ୍ତମାନଙ୍କ ପାଇଁ ମଧ୍ୟ ବଡ଼ଭୋଗ ଅର୍ପଣ କରାଯାଇଥାଏ । ଏହି କ୍ଷେତ୍ରଟି ପ୍ରଭୂ ବରୁଣ ଦେବଙ୍କ ତପସ୍ଥଳୀ ଭାବେ ପରିଚିତ । ଏହି ମନ୍ଦିର ପରିସରରେ ଦୁଇଟି ଚିର ସବୁଜ ବରୁଣ ବୃକ୍ଷ ଅନାଦିକାଳରୁ ରହିଆସିଛି । ଆଜି ହଜାର ହଜାର ଶ୍ରଦ୍ଧାଳୁ ବାବା ବରୁଣେଶ୍ୱରଙ୍କୁ ଦର୍ଶନ କରି ମୋକ୍ଷଲାଭ କରିଥାନ୍ତି । ଆଜି ଠାରୁ ୯ ଦିନ ଧୁମ ଧାମ ରେ ପାଳିତ ହେବ ମେଳା l ଏକାଧିକ ଯାତ୍ରା ପାର୍ଟି ସାଂଗକୁ ମିନାବଜାର ଓ ପଲ୍ଲିଶ୍ରୀ ମେଳା ଆୟୋଜନ ମଧ୍ୟ ହେଉଛି । ଏହି ମେଳାରେ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ରହିଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ବିଂଝାରପୁରରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ବହୁ ଆଡମ୍ବରରେ ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ

Leave a Reply