ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ଚର୍ଚ୍ଚା ,ରିପିଟ୍ ହେବେ ନା ଆସିବେ ନୂଆ ଚେହେରା ଆସିବେ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ଚର୍ଚ୍ଚା | ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ଥିବା ଏହି ଅଧିକାରୀଙ୍କ କାର୍ଯ୍ୟକାଳ ସରକାର ୬ମାସ ବଢ଼ାଇ ପାରନ୍ତି ଶୁଣିବାକୁ ମିଳୁଛି । ଡିସେମ୍ବର ୩୧ରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି । ଆଇନମନ୍ତ୍ରୀ କହିଛନ୍ତି, ଯାହା ଆଧାର ଥାଏ ମୁଖ୍ୟ ଶସନ ସଚିବଙ୍କ ଚୟନ ପ୍ରକ୍ରିୟାରେ ସେଇଆ ରହିବ । ସରକାର ଠିକ ସମୟରେ ଠିକ ନିଷ୍ପତ୍ତି ନେବେ ।

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିଶ୍ୱସ୍ତ ବରିଷ୍ଠ ଆଇଏଏସ ମନୋଜ ଆହୁଜା
  • ଜୁଲାଇ ୧ରେ ଓଡିଶାର ପ୍ରଶାସନିକ ମୁଖିଆ ଭାବେ ଦାୟିତ୍ୱ ନେଇଥିଲେ
  • ଡିସେମ୍ୱର ୩୧ରେ ସରୁଛି ମୋନଜ ଆହୁଜାଙ୍କ ୩୪ ବର୍ଷର ଚାକିରି କାର୍ଯ୍ୟକାଳ
  • ମନୋଜଙ୍କ ନେତୃତ୍ୱରେ ଇନପୁଟ ସବସିଡି, ସୁଭଦ୍ରା ଭଳି ଲୋକାଭିମୁଖି ଯୋଜନାର କ୍ରିୟାନ୍ୱୟନ ହୋଇଛି
  • ଓଡିଶାକୁ ଶିଳ୍ପ କରିଡର ପ୍ରତିଷ୍ଛା ପାଇଁ ବାହାର ରାଜ୍ୟରେ ରୋଡ ଶୋ କରି ପୁଞ୍ଜିପତିଙ୍କୁ ଆକୃଷ୍ଟ
  • ଜାନୁୟାରୀ ୭ ଓ ୮ ତାରିଖରେ ପ୍ରବାସୀ ଓଡିଶା କାର୍ଯ୍ୟକ୍ରମ କେମିତି ସଫଳତାର ସହ ହେବ ତାର ନେତୃତ୍ୱ ନେଉଛନ୍ତି ମନୋଜ
  • ଜାନୁୟାରୀ ଶେଷ ସପ୍ତାହରେ ଉତ୍କର୍ଷ ଓଡିଶା ମେଗା ଇଭେଂଟ ଅନୁଷ୍ଠିତ ହେବାକୁ ଯାଉଛି

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial