ପୁଅର କଟୁରୀ ଚୋଟରେ ବାପା ଗୁରୁତର

ବିଞ୍ଝାରପୁର: ପୁଅର କଟୁରୀ ଚୋଟରେ ବାପା ଗୁରୁତର | ଆହାତ ବ୍ୟକ୍ତି ହେଲେ ବିଞ୍ଝାରପୁର ବ୍ଲକ କଏଣା ରଘୁନାଥପୁର ଗ୍ରାମର ଅବସର ପ୍ରାପ୍ତ ପୋଲିସ ଅଧିକାରୀ ପାଣ୍ଡଵ ଚରଣ ଜେନା | ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଆହତ ହୋଇଥିଲା ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠା ଯାଇଛି | ଅଭିଯୋଗ ଅନୁଯାୟୀ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କଏଣା ରଘୁନାଥପୁର ଗ୍ରାମର ଲଷ୍ମୀକାନ୍ତ ଜେନା ITBP ବିଭାଗରେ ଯବାନ ଭାବେ କାର୍ଯ୍ୟ କରୁଥିବା ବେଳେ ନିଜ ମାର ଶ୍ରାଦ୍ଧ କରିବା ପାଇଁ ନିଜ ଗାଁ କୁ ଆସିଥିଲେ | କିନ୍ତୁ ଆଜି ସକାଳୁ କୌଣସି କାରଣ କୁ ନେଇ ନିଜ ବାପା ପାଣ୍ଡଵ ଚରଣ ଜେନାକୁ ଧାରୁଆ କତା ଓ ଠେଙ୍ଗା ସାହାଯ୍ୟରେ ମରଣାଆତ୍ମକ ଆକ୍ରମଣ କରିଥିଲେ ଯେଉଁଥିରେ ବାପା ଗୁରୁତ୍ତର ଆହାତ ହୋଇଛନ୍ତି | ଅନ୍ୟପଟେ ବିଞ୍ଝାରପୁର ପୋଲିସ ସାଇଁଟିଫିକ ଟିମ ସହ ଘଟଣା ସ୍ଥଳରେ ପହଁଚି ଆକ୍ରମଣକାରୀ ପୁଅକୁ ଗିରଫ କରିବା ସହ କୋଟ ଚାଲାଣ କରିଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial