ନୂଆଦିଲ୍ଲୀ : ଦିଲ୍ଲୀ ମହିଳାଙ୍କ ପାଇଁ ଖୁସି ଖବର | ମହିଳାଙ୍କ ପାଇଁ ନୂଆ ଯୋଜନା ଆଣିବେ ନୂଆ ମୁଖ୍ୟମନ୍ତ୍ରୀ | ଦିଲ୍ଲୀର ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ମାତ୍ରେ ହିଁ ମହିଳାଙ୍କ ପାଇଁ କିଛି ନୂଆ ଯୋଜନା କରୁଛନ୍ତି ରେଖା ଗୁପ୍ତା | ଏବଂ ଆଜି ନୂଆ ଯୋଜନା ବାବଦରେ ଆଲୋଚନା କରିବାକୁ ମୁଖମନ୍ତ୍ରୀ ଗୁରୁତ୍ୱପୂର୍ଣ ବୈଠକ ଡାକିଛନ୍ତି |
ଦିଲ୍ଲୀ ମହିଳାଙ୍କ ପାଇଁ “ମହିଳା ସମ୍ମାନ ” ଯୋଜନା ଲାଗୁ କରାଯିବ | ଯେଉଁଥିରେ ମାସିକ ୨୫୦୦ ଟଙ୍କା ଲେଖାଏଁ ମହିଳାଙ୍କୁ ଦିଆଯିବ | ନିର୍ବଚନୀ ଇସ୍ତାହାରରେ ଏହି ପ୍ରତିଶୃତି ବିଜେପି ଦେଇଥିଲା ଆଉ ସରକାର ଆସିବା ପରେ ଏହି ପ୍ରତିଶୃତିକୁ ପାଳନ କରିବା ଦିଗରେ କାମ ଆରମ୍ଭ ହେଉଥିବା ନେଇ ଜଣାଯାଇଛି | ଅବା ତା ସହ ଦିଲ୍ଲୀ ବଜେଟ ଅଧିବେଶନ ଆଗକୁ ଥିବାରୁ ସେନେଇ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଆଜି ବୈଠକ ଡାକିଛନ୍ତି |
ତେବେ ଗତକାଲି ମହିଳାଙ୍କୁ ୨୫୦୦ ଟଙ୍କା ଦେବା ନେଇ ନୂଆ ମୁଖ୍ୟମନ୍ତ୍ରୀ ଏବଂ ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା | ଆତିଶୀ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଥିଲେ କେବେ ମହିଳାଙ୍କୁ ୨୫୦୦ ଟଙ୍କା ଦିଆଯିବ | ପାଲଟା ଜବାବ ଦେଇ ରେଖା କହିଥିଲେ , ସରକାର ଆମର … ଏଜେଣ୍ଡା ଆମର ,ଅପେକ୍ଷା କରନ୍ତୁ ଅବା ଆମକୁ କାମ କରିବାକୁ ଦିଅନ୍ତୁ | ଏହି ଘଟଣା ପରେ ଆଜି ଏହି ଯୋଜନା ବାବଦରେ ଆଲୋଚନା ହେବ ନେଇ ଖବର ମିଳିଛି |
Leave a Reply