ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୨ ବଖରା ଘର ,୩ ଗୁରୁତର

ଧାମନଗର : ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ,ଜଳିଗଲା ୨ ବଖରା ଘର |ଫଳରେ ୩ ଜଣ ଗୁରୁତର ହୋଇଛନ୍ତି | ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟିଯାଇଥିବା ଜଣାଯାଇଛି | ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଉଇପଦା ,ସାହିରେ ଘଟିଛି ଅଗ୍ନିକାଣ୍ଡ | ତେବେ ବୃନ୍ଦାବନ ସାହୁଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଘରର ଗ୍ୟାସ ଟାଙ୍କି ପ୍ରଥମେ ଲିକ ହୋଇଥିଲା ଏବଂ ପରେ ଗ୍ୟାସ ଟାଙ୍କି ଟି ଫାଟି ଯାଇଥିଲା | ଫଳରେ ଘରେ ନିଆଁ ଲାଗିଯାଇଥିଲା | ଗାଁ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ | ଏବଂ ଏହି ଅଘଟଣରେ ବୃନ୍ଦାବନ ସାହୁ ତାଙ୍କ ସ୍ତ୍ରୀ ଓ ପୁଅ ଗୁରୁତର ହୋଇଥିବା ବେଳେ ତାଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial