ଆଇସିଡିଏସ ଠାରେ ଟେଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଆଇସିଡିଏସ କାର୍ଯ୍ୟାଳୟ ଠାରେ ଟେଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ କିଶୋରୀ ବାଳିକା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଡିଓ ଦେବେନ୍ଦ୍ର ସାମଲ,ସମ୍ମାନିତ ଅତିଥି ଭାବେ ସିଡିପିଓ କଳ୍ପଳତା ତ୍ରିପାଠୀ, ସୁପରଭାଇଜର ଉର୍ମିଳା ସାହୁ,ରିଷିଡା ପଞ୍ଚାୟତ ପିଇଓ ଦେବରାଜ ରଣା,ଏସ୍ଆରଏ ଅଶୋକ କୁମାର ସାହୁ ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୁରଜିତ ମାଝୀ, ସମ୍ପଦ ଦୀପ,ରାଜୁ ସାହୁ,ଡମ୍ବରୁ ସାହୁ ଓ ଅନ୍ୟ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial