ଅଯୋଧ୍ୟାରୁ ଫେରୁଥିବା ତୀର୍ଥଯାତ୍ରୀ ଗାଡି ଦୁର୍ଘଟଣା ଗ୍ରସ୍ତ: ବାଣପୁର ଅଞ୍ଚଳର ଆଠ ଗୁରୁତର

ବାଣପୁର: ଅଯୋଧ୍ୟା ରାମ ମନ୍ଦିର ଦର୍ଶନ ସହ ତୀର୍ଥଯାତ୍ରା ଶେଷକରି ଘରକୁ ଫେରିବା ବାଟରେ ନାଚୁଣୀ କଉଡ଼ିଖଣି ଠାରେ ଦୁର୍ଘଟଣା ଘଟି ଆଠଜଣ ଆହତ ହୋଇଥିବା ବେଳେ ପାଞ୍ଚଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବର ମୁତାବକ ବାଣପୁର ବିଷର ପାଟଣା ଗ୍ରାମର ୧୭ ଜଣ ଅଯୋଧ୍ୟା ରାମମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ଶନିବାର ରାତ୍ରିରେ ଖୋର୍ଦ୍ଧାରୋଡ଼ ରେଳଷ୍ଟେସନ ଠାରେ ଟ୍ରେନରୁ ଓହ୍ଲାଇଥିଲେ। ସେଠାରେ ଛଅଜଣ ରହିଯାଇଥିବା ବେଳେ ବିଳମ୍ବିତ ରାତ୍ରିରେ ୧୧ଜଣ ଏକ ଟ୍ରାଭେଲର ଗାଡ଼ିରେ ଘରକୁ ଫେରୁଥିଲେ।

ଫେରିବା ବାଟରେ ନାଚୁଣୀ କଉଡ଼ି ଖଣି ନିକଟରେ ଚାଳକର ଅସାବଧାନତା ଯୋଗୁଁ ଏକ ଆନ୍ଧ୍ରା ଟ୍ରକ ପଛପଟକୁ ଟ୍ରାଭେଲରଟି ଧକ୍କା ଦେଇଥିଲା। ଫଳରେ ପ୍ରାୟ ସମସ୍ତ ତୀର୍ଥଯାତ୍ରୀ ଆହତ ହୋଇଥିବା ବେଳେ ଆଠଜଣ ଗୁରୁତର ଥିବା ଜଣାପଡିଛି।

ଖବର ପାଇ ନାଚୁଣୀ ପୋଲିସ ପହଂଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ପ୍ରଭାସ ସାହୁ, ରାଜେନ୍ଦ୍ର ଦାସ, ବୁଢା ଦାସ, ହରଷ ଦାସ, ମାମିନା ଦାସ ପ୍ରମୁଖ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial