ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଉପାନ୍ତ ଅଞ୍ଚଳରେ ଦିନକୁ ଦିନ ବେଆଇନ ଚୋରା ମଦଭାଟିରେ ବଢ଼ିବାରେ ଲାଗିଛି। ଆଦିବାସୀ ଅଧ୍ୟୁଷିତ ଇଲାକାରେ ତିଆରି ହେଉଥିବା ବେଆଇନ ଚୋରା ମଦ କାରବାର ବୃଦ୍ଧି ପାଇବା ଯୋଗୁଁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନ ଓ ଚିକିଟି ଏସ୍ଡିପିଓ ବିଶ୍ଵମିତ୍ର ହରପାଲଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ ପାତ୍ରପୁର ଅତିରିକ୍ତ ତହସିଲଦାର ଶ୍ରୀ ଦିଲ୍ଲୀପ କୁମାର ଦେହୁରୀ , ଚିକିଟି ଅବକାରୀ ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡା ଓ ଜରଡା ଥାନା ଅଧିକାରୀ ଟୁନା ସାସମଲଙ୍କ ଉପସ୍ଥିତିରେ ଜରଡା ଥାନା ଅନ୍ତର୍ଗତ ମଶାଣିବାଡ, ତାଡକାସାହି, ହରିପୁର ଓ ଠଣଗାଁ ଆଦି ଗ୍ରାମର ପାହାଡିଆ ଜଙ୍ଗଲ ଓ ନାଳ ନିକଟରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ ଚୋରା ମଦଭାଟି ନଷ୍ଟ କରିବା ସହିତ ଚୋରା ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ୨୭୦୦୦ ଲିଟର ପୋଚ ଓ ୧୪୦୦ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ, ଡ୍ରମ, ଡେକ୍ଚି ଇତ୍ୟାଦି ଜବତ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରା ଯାଇଥିଲା । ନଷ୍ଟ କରିଥିବା ପୋଚ, ଚୋରା ମଦ ଓ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା ହେବ ବୋଲି ଚିକିଟି ଅବକାରୀ ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ଉକ୍ତ ମିଳିତ ଚଢଉ ସମୟରେ ବ୍ରହ୍ମପୁର, ଚିକିଟି, ଦିଗପହଣ୍ଡି, ଗୋପାଳପୁର , ଗୋଳନ୍ଥରା ଅବକାରୀ ଅଧିକାରୀ ଓ ଜରଡା ଥାନା ସମସ୍ତ କର୍ମଚାରୀ ସାମିଲ ହୋଇଥିବା ଜଣାପଡ଼ିଛି।
ଅବକାରୀ ଓ ପୋଲିସ ମିଳିତ ଚଢଉରେ ବଡ଼ ସଫଳତା,୧୭ ଲକ୍ଷ ଟଙ୍କାର ପୋଚ ଓ ଚୋରା ମଦ ଜବତ

Leave a Reply