ଦେବଗଡ଼ ରିଜର୍ଭ ପୁଲିସ ପଡିଆରେ ହୋମଗାର୍ଡ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ପରିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ଦୌଡ ପରୀକ୍ଷା ପରେ ଅସୁସ୍ଥ ହୋଇପଡ଼ିଥିଲେ ପରୀକ୍ଷାର୍ଥୀ। ମୃତ ପରୀକ୍ଷାର୍ଥୀ ରିଆମାଳ ଥାନା ଅନ୍ତର୍ଗତ ବୁଡିଦୋ ଗାଁର ପ୍ରଦୀପ ଦେହୁରୀଙ୍କ ୨୧ ବର୍ଷୀୟ ପୁତ୍ର ସାହେବ ଦେହୁରୀ । ଦୌଡ ପରୀକ୍ଷା ସମୟରେ ଅସୁସ୍ଥ ହେବାରୁ ସାହେବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ପରିକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଚିକିତ୍ସା ଅଭାବରୁ ପରିକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତରଖାନା ପରିସରରେ ମୃତଦେହ ରଖି କିଛି ସମୟ ପାଇଁ ଉତ୍ତେଜନା କରିଥିଲେ ପରିବାର ଲୋକେ। ଘଟଣାସ୍ଥଳରେ ଜିଲ୍ଲାପ୍ରଶାସନର ଅଧିକାରୀମାନେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଶବ ବ୍ୟବଛେଦ ପାଇଁ ଶବାଗାରକୁ ପଠାଯାଇଥିଲେ। ତେବେ ଆଶାୟୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ୪ ଲକ୍ଷର ଅନୁକମ୍ପା ରାଶୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଇଣ୍ଟର୍ଭ୍ୟୁ ବେଳେ ଚାଲିଗଲା ଜୀବନ; ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ












Leave a Reply