ଆଗାମୀ ୩ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବଲାଙ୍ଗିର, ମୟୂରଭଞ୍ଜ, କୋରାପୁଟ, ସୁନ୍ଦରଗଡ ଓ କଳାହାଣ୍ଡି ଜିଲ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ ଦେଇଛି । ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ସୂଚନା ଅନୁସାରେ, ୧୬ ତାରିଖ ଭିତରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଅନ୍ୟପଟେ ରାଜ୍ୟରେ ଏବେ ବର୍ଷା କମିଛି । ଆସନ୍ତା ଦୁଇ ଦିନ ରାଜ୍ୟରେ କାଁ ଭାଁ ସ୍ୱଳ୍ପ ବର୍ଷା ହୋଇପାରେ । ୧୩ ଓ ୧୪ରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହୋଇପାରେ । ୧୫ରୁ ବର୍ଷା କମିବ । ୨୦ରୁ ୨୨ ଯାଏଁ ଖରା ଓ ତାତି ବଢ଼ିବ ।
Leave a Reply