ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ସହିତ ପ୍ରଧାନମନ୍ତ୍ରୀ ।

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରତ୍ନସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଆସିବେ କାଳିଆ ସାଆନ୍ତ। ରଥରେ ବିଜେ କରି ନବଦିନ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ ମହାପ୍ରଭୁ। ଏଥିପାଇଁ ରଥ ପ୍ରସ୍ତୁତ ଏବଂ ପଥ ବି ପ୍ରସ୍ତୁତ। ଏବେ ଅପେକ୍ଷା କେତେବେଳେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥରେ ବିରାଜିବେ କାଳିଆ ସାଆଁନ୍ତ। ତେବେ ଏହି ପବିତ୍ର ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘X’ରେ ରଥଯାତ୍ରାର ଏକ ଭିଡିଓ ଶେୟାର କରି କହିଛନ୍ତି, “ମହାପ୍ରଭୁ ଆମ ପାଇଁ ଆରାଧ୍ୟ ଓ ପ୍ରେରଣା। ପୂରା ବିଶ୍ୱରେ ରଥଯାତ୍ରାର ସ୍ୱତନ୍ତ୍ର ପରିଚୟ ରହିଛି। ବିଭିନ୍ନ ରାଜ୍ୟରେ ଧୂମଧାମ୍‌ରେ ରଥଯାତ୍ରା ପାଳନ କରାଯାଏ। ପୁରୀରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ଅଭୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।”

ପବିତ୍ର ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସମଗ୍ର ଦେଶ ତଥା ଦେଶ ବାହାରେ ରହୁଥିବା ମହାପ୍ରଭୁଙ୍କ ଭକ୍ତଗଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, “ଶ୍ରୀଜିଉମାନଙ୍କ ମାନବୀୟ ଲୀଳା ହିଁ ରଥଯାତ୍ରାର ବିଶେଷତ୍ୱ। ସାରା ପୃଥିବୀରେ ଶାନ୍ତି, ମୈତ୍ରୀ ଏବଂ ସଂପ୍ରୀତି ଅବ୍ୟାହତ ରହୁ ବୋଲି ରାଷ୍ଟ୍ରପତି କାମନା କରିଛନ୍ତି। ଆଜି ସମଗ୍ର ଦେଶରେ ଭକ୍ତି ଓ ବିଶ୍ୱାସର ଏକ ମହା ମିଳନ ଦେଖିବାକୁ ମିଳିଛି।”

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial