ବିଶ୍ୱ ପ୍ରସିଦ୍ଧ ବାବା ଚନ୍ଦନେଶ୍ଵରଙ୍କ ଚଡକ ମେଳା

ଜଳେଶ୍ୱରରେ ଜମୁଛି ବିଶ୍ୱ ପ୍ରସିଦ୍ଧ ବାବା ଚନ୍ଦନେଶ୍ଵରଙ୍କ ଚଡକ ମେଳା। ସପ୍ତମ ଅର୍ଘ୍ୟରେ ଉପବାସଧାରୀ ଭକ୍ତଙ୍କ ସଂଖ୍ୟା ପ୍ରାୟ ୫୦ ହଜାର ଟପିଲାଣି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିଶେଷ କରି ଅର୍ଘ୍ୟଦାନ ସମୟରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏଥିପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି।  

ସପ୍ତମ ଅର୍ଘ୍ୟରେ ସକାଳେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଓ ମନ୍ଦିର ପରିକ୍ରମା ଶେଷ ପରେ ଏବେ ଶାନ୍ତି ଶୃଙ୍ଖଳା ସହ ଅର୍ଘ୍ୟଦାନ ପ୍ରଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଆନ୍ତଃରାଜ୍ୟ ଲୁଟେରାଙ୍କ ପାଇଁ ଅଧିକ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ତେବେ ଆସନ୍ତାକାଲିଠୁ ଭକ୍ତ ସଂଖ୍ୟା ଆହୁରି ବଢିବା ନେଇ ସମ୍ଭାବନା ରହିଛି। ବିଶେଷକରି ଏହି ପର୍ବ ପାଇଁ ଓଡିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial