ପୁଣି ହିତାଧିକାରୀ ପାଇବେ ମାଗଣା ଚାଉଳ ସାଙ୍ଗକୁ ଗହମ। ପୂର୍ବରୁ ରାସନକାର୍ଡରେ ଚାଉଳ ସହିତ ଗହମ ମିଳୁଥିଲା, ଗହମ ଉତ୍ପାଦନ ହ୍ରାସ ପାଇବାରୁ ସରକାର ଗହମ ଦେବା ବନ୍ଦ କରିଦେଇଥିଲେ। ହେଲେ ବର୍ତ୍ତମାନ ପୁଣି ହିତାଧିକାରୀଙ୍କୁ ଗହମ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ଗହମ ମିଳିବ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରଥମ ପର୍ଯ୍ୟାୟ ଗହମ ପହଞ୍ଚିଛି । କିନ୍ତୁ ଗହମ ରଖିବା ପାଇଁ ଗୋଦାମ ବ୍ୟବସ୍ଥା ଓ ପରିବହନ ବ୍ୟବସ୍ଥା ସୁବିଧା ନଥିବାରୁ ଏପର୍ଯ୍ୟନ୍ତ ଗହମ ଯୋଗା ଯାଇ ପାରିନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ତେବେ କେବେ ଠାରୁ ଗହମ ମିଳିବ, କେତେ ଚାଉଳ କେତେ ଗହମ ମିଳିବ ବୋଲି ଗୃହରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ। ତାଙ୍କ ପ୍ରଶ୍ନର ଉତ୍ତରରେ ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖି ନାହାନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ସରକାର ପ୍ରତିଶ୍ରୁତି ଦେଇଛନ୍ତି ପ୍ରତିଶ୍ରୁତି ରଖିବେ। ପୂର୍ବରୁ ଗହମ ମିଳୁଥିବା ବେଳେ, ବିଜେଡି ସରକାର ସମୟଠୁ ଗହମ ଯୋଗାଣ ବନ୍ଦ ରହିଛି । ତେବେ ଏବେ ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର ହେବ । ଚାଉଳ, ଡାଲି, ଚିନି, ତେଲ ସବସିଡି ଦରରେ ଯୋଗାଇ ଦେବେ ସରକାର । ମାସେ ଦୁଇ ମାସ ମଧ୍ୟରେ ବ୍ୟବସ୍ଥା କରାଯିବ ବୋଲି ଉତ୍ତର ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।












Leave a Reply