ରାଜ୍ୟରେ ବଢିଛି ଜଳ ସଙ୍କଟ; ଅଭିଯୋଗ କଲେ ୭ଦିନ ଭିତରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ।

ରାଜ୍ୟରେ ବଢିଛି ଜଳ ସଙ୍କଟ। ଏଥିପାଇଁ ପୂର୍ବ ସରକାରକୁ ଦାୟୀ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ। ମନ୍ତ୍ରୀ କହିଛନ୍ତି, ୨୪ ବର୍ଷର ସରକାର ପାଣିକୁ ଗୁରୁତ୍ୱ ଦେଉନଥିଲେ। ରାଜ୍ୟରେ ୫ଲକ୍ଷ ୨୦ ହଜାର ନଳକୂପ ଥିଲା। ଏବେ ୨୧ ହଜାର ୩ଶହ ନଳକୂପ ଖୋଳିବାକୁ ନୂଆ ସରକାର ଅନୁମୋଦନ ଦେଇଥିବା ମନ୍ତ୍ରୀ କହିଛନ୍ତି। ଜଳ ସଙ୍କଟର ଅଭିଯୋଗକୁ ବିଭାଗ ଗୁରୁତ୍ୱ ଦେଉଛି। ଯେଉଁଠି ବି ଜନସାଧାରଣ ଅଭିଯୋଗ କରିବେ, ବିଭାଗ ୭ ଦିନ ମଧ୍ୟରେ ତା’ର ସମାଧାନ କରିବ।

ଖରା ସମୟରେ ସମସ୍ତଙ୍କ ସହଯୋଗ କାମନା କଲେ ମନ୍ତ୍ରୀ। କହିଲେ, ବିଧାନସଭାର ଉତ୍ତରରେ ମୁଁ ଗୋଟେ ବର୍ଷ ସମୟ ମାଗିଛି । ୨୦୨୫ ମେଗା ପାଇପ୍ ୱାଟର ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା କଥା ସେ କାମ ସମ୍ପୂର୍ଣ୍ଣ ହେବ। ବିଗତ ସରକାର ପାଣିର ସମସ୍ୟାକୁ ଦୃଷ୍ଟି ଦେଉନଥିଲେ । ଏ ସରକାର ସେ କାମ ଆରମ୍ଭ କରିସାରିଛନ୍ତି ।

ପାଣି ପାଇଁ ଯେଉଁ ସମସ୍ୟା ଗଣମାଧ୍ୟମରେ ପ୍ରକାଶ ହେଉଛି ୭ ଦିନ ଭିତରେ ସମସ୍ୟା ସମାଧାନ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ୟା ନେଇ ବ୍ଲକ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଲୋକଙ୍କୁ ମନ୍ତ୍ରୀ କହିଛନ୍ତି । ଯେଉଁଠି ନିର୍ଦ୍ଧାରିତ ସମୟ ଭିତରେ ଜଳ ପ୍ରକଳ୍ପ କାମ ସରିନି ସେଠାରେ ଟ୍ୟାଙ୍କର ମାଧ୍ୟମରେ ପ୍ରତ୍ୟେକ ଗାଁକୁ ପାଣି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial