ଆଜି ଠାରୁ ବଢ଼ିବ ନଦୀ ଗୁଡ଼ିକର ଜଳସ୍ତର । ସତର୍କ କଲେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ତଳିଆ ଅଞ୍ଚଳରେ ଅଧିକ ପାଣି ଜମିବା ନେଇ ସତର୍କତା । ୧୫ ଜିଲ୍ଲାର ୪୩ ବ୍ଲକ୍ରେ ୫୦ ମିଲିମିଟର ଠାରୁ ଅଧିକ ବର୍ଷା ହୋଇଛି । ହୀରାକୁଦର ୧୨ଟି ଗେଟ୍ ଖୋଲା ଯାଇଛି, ସ୍ଥିତି ଦେଖି ଅଧିକ ଗେଟ୍ ଖୋଲାଯିବ । ବର୍ତ୍ତମାନ ସମସ୍ତ ନଦୀର ଜଳସ୍ତର ବିପଦ ସଂକେତ ତଳେ ବୋଲି କହିଲେ ସର୍ବୋଚ୍ଚ ଯନ୍ତ୍ରୀ । ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅଞ୍ଚଳରେ ଏକ ଅବପାତ ସୃଷ୍ଟି ହୋଇଛି, ଯାହାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା ଜାରି କରିଛି ।
ଏହି ଅବପାତ ପ୍ରଭାବରେ ଓଡ଼ିଶାରେ ୨୮ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଅବପାତ ଆଗାମୀ ୨୪ ଘଣ୍ଟା ଭିତରେ ପ୍ରବଳ ହୋଇ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦିଗ ଆଗ୍ରହୀ ହେବାର ସମ୍ଭାବନା ରହିଛି । ଏହା ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭାରୀ ଠାରୁ ଅତି ଭାରୀ ବର୍ଷା ହୋଇପାରେ। ସେହିପରି, ସମୁଦ୍ର ଅଶାନ୍ତ ରହିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କୁହାଯାଇଛି ।
Leave a Reply