ଆଜି ଭାରତର ଉପରାଷ୍ଟ୍ରପତି ନିର୍ବାଚନ; ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ, ସନ୍ଧ୍ୟା ୬ଟାରେ ଫଳ ଘୋଷଣା ।

ଆଜି ଭାରତର ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ । ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟଗ୍ରହଣ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି କରାଯାଇ ଫଳ ଘୋଷଣା କରାଯିବ । ଉପରାଷ୍ଟ୍ରପତି ପଦ ପାଇଁ ଏନ୍‌ଡିଏ ଓ ଇଣ୍ଡିମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର । ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ VS ଇଣ୍ଡିମେଣ୍ଟର ବି. ସୁଦର୍ଶନ ରେଡ୍ଡୀ । ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ଦେବେ ଭୋଟ୍ । ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍ ବିଜେପି ନେତୃତ୍ୱାଧୀନ NDA ପ୍ରାର୍ଥୀ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ବି. ସୁଦର୍ଶନ ରେଡ୍ଡୀ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିମେଣ୍ଟ ପ୍ରାର୍ଥୀ ।

ଉଭୟ ଲୋକସଭା ଓ ରାଜ୍ୟସଭାରେ ଏନଡିଏର ଅଧିକ ସଦସ୍ୟ ରହିଛନ୍ତି । ଏବେ ଲୋକସଭାରେ ଏନ୍‌ଡିଏର ୨୯୩ ଜଣ ସଦସ୍ୟ ରହିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନର ଇଲେକ୍ଟୋରାଲ୍‌ କଲେଜରେ NDAର ସଂଖ୍ୟା ଗରିଷ୍ଠତା ଅଛି । ରାଜ୍ୟସଭାର ୨୩୯ ଆସନ ମଧ୍ୟରୁ NDAର ୧୩୨ ଜଣ ସମର୍ଥକ ଅଛନ୍ତି ।

ବିଜେଡିର ୭ ଓ ବିଆର୍‌ଏସ୍‌ର ୪ ରାଜ୍ୟସଭା ସଭ୍ୟଙ୍କ ମତଦାନରୁ ବିରତ ରହିବେ । ଉପରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ୩୮୬ ସଭ୍ୟଙ୍କ ସମର୍ଥନ ଆବଶ୍ୟକ। ଉଭୟ ଲୋକସଭା ଓ ରାଜ୍ୟସଭାରେ NDAର ୪୨୫ ସଭ୍ୟ ରହିଛନ୍ତି। ଏହା ସହ ଜଗନମୋହନ ରେଡ୍ଡୀଙ୍କ ୱାଇଏସ୍‌ଆରସିପି ସମର୍ଥନ ଦେବ।ଜଗଦୀପ ଧନଖଡ଼ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ପଦବି ଖାଲି ପଡ଼ିଛି । ତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ ତାରିଖରେ ଜଗଦୀପ ଧନଖଡ଼ ଦେଇଥିଲେ ଇସ୍ତଫା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial