ଡିଜିଟାଲ୍ ପେମେଣ୍ଟରେ ବଡ ଧରଣର ପରିବର୍ତ୍ତନ; ବଢ଼ିଲା UPI ଟ୍ରାଞ୍ଜାକ୍ସନର ଲିମିଟ୍, ଗୋଟିଏ ଦିନରେ UPI ମାଧ୍ୟମରେ କରିପାରିବେ ୧୦ ଲକ୍ଷ ଟଙ୍କାର ପେମେଣ୍ଟ ।

ଡିଜିଟାଲ୍ ପେମେଣ୍ଟ କରୁଥିବା ୟୁଜର୍ସଙ୍କ ପାଇଁ ଖୁସି ଖବର । ଏବେ ଗୋଟିଏ ଦିନରେ UPI ମାଧ୍ୟମରେ କରିପାରିବେ ୧୦ ଲକ୍ଷ ଟଙ୍କାର ପେମେଣ୍ଟ । ଏଣିକି ଆଉ ଅନଲାଇନ ପେମେଣ୍ଟରେ ଟ୍ରାଞ୍ଜାକ୍ସନ ଲିମିଟ୍ କୁ ନେଇ ଅସୁବିଧାରେ ପଡ଼ିବେନି ୟୁପିଆଇ ୟୁଜର୍ସ । ପୂର୍ବରୁ ୧ ଲକ୍ଷ ଟଙ୍କା ରଖାଯାଇଥିବା ଟ୍ରାଞ୍ଜାକ୍ସନ ଲିମିଟ୍ ବଢାଇ ଦିଆଯାଇଛି । ଏହା NPCIର ବଡ଼ ଘୋଷଣା । ବଢ଼ିଲା UPI ଟ୍ରାଞ୍ଜାକ୍ସନର ଲିମିଟ୍ । ଯଦି ଆପଣ ମଧ୍ୟ Phonepe, Paytm କିମ୍ବା Gpay ଭଳି ଆପ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ।

NPCIର ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ UPI ୟୁଜର୍ସମାନେ ପେମେଣ୍ଟ ପାଇଁ ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ । ତେବେ ଏହି ନୂଆ ପରିବର୍ତ୍ତିତ ନିୟମ ସେପ୍ଟେମ୍ବର ୧୫ରୁ କାର୍ଯ୍ୟକାରୀ ହେବ । NPCI ଏହି ପରିବର୍ତ୍ତନ ବିଷୟରେ ସୂଚନା ଦେବା ପରେ, କୁହାଯାଉଛି ଯେ ଏହି ପରିବର୍ତ୍ତନଗୁଡ଼ିକ ବଡ଼ ପେମେଣ୍ଟ ପାଇଁ UPIକୁ ଅଧିକ ଉପଯୋଗୀ କରିବ । ଏହା ଦେଶରେ ଡିଜିଟାଲ୍ ପେମେଣ୍ଟକୁ ଅଧିକ ପ୍ରୋତ୍ସାହିତ କରିବ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପେମେଣ୍ଟକୁ ସହଜ କରିବ ।

ଏହା ବିଶେଷ କରି ସେମାନଙ୍କ ପାଇଁ ଲାଭଦାୟକ ହେବ ଯେଉଁମାନେ ଇନ୍ସ୍ୟୁରାନ୍ସ ପ୍ରିମିୟମ, ଋଣ EMI, ଷ୍ଟକ୍ ମାର୍କେଟ୍ ଇନଭେଷ୍ଟମେଣ୍ଟ, ସରକାରୀ ଫିସ୍ କିମ୍ବା ବିଗ୍ ଟ୍ରିପ୍ ବୁକିଂ ଭଳି ବଡ଼ ଦୈନିକ ପେମେଣ୍ଟ କରୁଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ୧୫ ତାରିଖ ଟ୍ୟାକ୍ସ ଭରିବାର ଶେଷ ଦିନ ରହିଛି । ତେଣୁ ଏହି କାରଣରୁ NPCI ୟୁପିଆଇ ଟ୍ରାଞ୍ଜାକ୍ସନ୍ ନିୟମରେ ବଡ଼ ପରିବର୍ତ୍ତନ ଆଣିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial