ନୟାଗଡ ଡବଲ ମର୍ଡର ଘଟଣାର ସିନ୍ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚ

ନୟାଗଡ଼ ଫତେଗଡ ଥାନା ଧାନଚାଙ୍ଗଡ଼ା ଗାଁରେ ଆଜି ପୁଣି କ୍ରାଇମବ୍ରାଞ୍ଚ ଟିମ୍ ର ତଦନ୍ତ ଆରମ୍ଭ। କିଛିଦିନ ତଳେ ଘଟିଥିବା ଫତେଗଡ ଥାନା ଅଧିନ ଧାନଚାଙ୍ଗଡ଼ା ଗାଁର ଡବଲ ମର୍ଡର ଘଟଣାକୁ ହାତକୁ ନେଲା କ୍ରାଇମବ୍ରାଞ୍ଚ। ଦ୍ୱିତୀୟ ବିବାହ ପାଇଁ ୨ ପୁଅ ବିକାଶ ମହାନ୍ତି ଏବଂ ଆକାଶ ମହାନ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ବାପା ଓ ଜେଜେ ମା । ତେବେ ଗିରଫ ଅଭିଯୁକ୍ତ ବାପା ପ୍ରକାଶ ମହାନ୍ତି ଓ ଜେଜେ ମାକୁ ଧାନଚାଙ୍ଗଡ଼ା ଗାଁକୁ ଆଣି ସିନ୍ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚ। ଗତ ୧୦ତାରିଖରେ ଫତେଗଡ ଥାନା ଅଞ୍ଚଳ ଧାନଚାଙ୍ଗଡ଼ା ଗାଁରେ ହୋଇଥିଲା ଏହି ଅମାନୁଷିକ ହତ୍ୟାକାଣ୍ଡ। ଶୋଇଥିବା ବେଳେ ୨ ପୁଅଙ୍କ ତଣ୍ଟିଚିପି ହତ୍ୟା କରିଥିଲା ଅଭିଯୁକ୍ତ ବାପା ଓ ଜେଜେ ମା। ବାପାର ଦ୍ୱିତୀୟ ବିବାହ ଜିଦକୁ ବଡ ପୁଅ ବିରୋଧ କରି ଆସୁଥିବାରୁ ରାସ୍ତାରୁ ହଟାଇଥିଲେ ପିଶାଚ ବାପା ଓ ଜେଜେମା। ପ୍ରମାଣ ନଷ୍ଟ କରିବାକୁ ବାପା ଓ ଜେଜେମା ସୌରୀ ମହାନ୍ତି ଦୁଇ ନାବାଳକ ପୁଅକୁ ଦଉଡିରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେବାପାଇଁ ଚେଷ୍ଟା କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ସବୁ ସତ୍ୟ ସାମ୍ନାକୁ ଆସିଛି ଏବଂ ପୋଲିସ ଆଗରେ ସବୁ ସତ ମାନିଛି ପ୍ରକାଶ ଏବଂ ତାର ମା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial