ସମ୍ପତ୍ତି ପାଇଁ ସାନ ଭାଈକୁ ହାଣିଲା ବଡ ଭାଈ !

ସମ୍ପତ୍ତି ପାଇଁ ସାନ ଭାଈକୁ ହାଣିଲା ବଡ ଭାଈ। ଏହି ଅଭିଯୋଗ ଆସିଛି ଭୁବନେଶ୍ଵର ଭରତପୁର ଅଞ୍ଚଳରୁ। ଭରତପୁରରେ ଥିବା ଏକ ଘରକୁ ନିଜ ନିଜ ନାଁରେ କରିବା ପାଇଁ ନେଇ ଦୀର୍ଘ ଦିନ ଧରି ଦୁଇ ଭାଈଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳୁଥିଲା । ତେବେ ଗତ ସନ୍ଧ୍ୟାରେ ଏହା ଉଗ୍ରରୂପ ନେଇଥିଲା। ଗତକାଲି ସଂଧ୍ୟାରେ ଅଶୋକ ମହାରଣାଙ୍କୁ ଗୋଡେଇ ଗୋଡେଇ ହାଣିଛି ତାଙ୍କ ଭାଇ ସୂର୍ଯ୍ୟ ମହାରଣା । ବଞ୍ଚେଇବାକୁ ଆସିଥିବା ପଡ଼ୋଶୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା ଅଭିଯୁକ୍ତ ।

ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଧରି ଥାନାକୁ ଆଣିବା ବେଳେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କୁ ମାଡ ମାରିବା ସହିତ ପୋଲିସ ଭ୍ୟାନ ଭାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। ଲୋକଙ୍କ ଆକ୍ରମଣରେ ଥାନାଧିକାରୀ ଓ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial