ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ତଲେଇସର ନିକଟ ରେଙ୍ଗାଲି ଜଳଭଣ୍ଡାରରେ ଘଟିଛି ଏକ ବଡ଼ ଅଘଟଣ। ରେଙ୍ଗାଲି ଜଳ ଭଣ୍ଡାରରେ ବୁଡି ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ନିଖୋଜ ଥିବା ସୂଚନା ମିଳିଛି। ହେଲେ ଏହି ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାପା।
ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ଦୁଇ ନାବାଳକ ପୁଅଙ୍କୁ ନେଇ ବାପା ଓ ମା’ ମାଛ ଧରିବାକୁ ଯାଇଥିଲେ । ଏମାନେ ଜଳଭଣ୍ଡାର ଭିତରକୁ ମାଛ ଧରିବାକୁ ଯାଇଥିବା ବେଳେ ଦୁଃର୍ଭାଗ୍ୟବଶତଃ ମାଛ ଧରା ଡଙ୍ଗାଟି ଓଲଟି ପଡିବାରୁ ଏମାନେ ବୁଡି ଯାଇଥିଲେ । ଫଳରେ ଦୁଇ ନାବାଳକ ପୁଅଙ୍କର ମୃତ ହୋଇଛି । ଏବେ ଦୁଇ ନାବାଳକ ପୁଅଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ମହିଳା ଜଣଙ୍କ ନିଖୋଜ ଅଛନ୍ତି । ମୃତ ଶିଶୁଙ୍କ ମଧ୍ୟରେ ଜଣଙ୍କର ବୟସ ୬ ବର୍ଷ ହୋଇଥିବା ବେଳେ ଜଣଙ୍କର ବୟସ ୩ ବର୍ଷ ବୋଲି ଜଣାପଡିଛି । ଉଦ୍ଧାରକାରୀ ଦଳ ପହଞ୍ଚି ନିଖୋଜ ମା’ଙ୍କୁ ଖୋଜାଖୋଜି କରୁଛନ୍ତି ।












Leave a Reply